ବଞ୍ଚିବା ପାଇଁ ସଙ୍ଘର୍ଷ କରି ନିରବି ଗଲେ ଶେଷଦେବ
ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧୀନ ଆରଣ ଗ୍ରାମର ଶେଷଦେବ ଦାଶ(୪୨), ପିତା ସୋର୍ଗତ ନିଧି ଦାଶ । ଶେଷଦେବ ଦାଶ ଜଗତସିଂହପୁର ଗୋପାଳ ସାଗର ସାଇ ମନ୍ଦିରର ପୂଜକ ଭାବେ କାର୍ଯ୍ୟ କରୁଥିଲେ ୨୦୧୯ ମସିହାରେ ତାଙ୍କର ଦୁଇଟି ଯାକ କିଡିନୀ ନଷ୍ଟ ହୋଇଯାଇଥିଲ । ସେ ଅତି ନିରାଶ୍ରୟ ଜଣେ ବ୍ରାହ୍ମଣ ଲୋକ ତାଙ୍କର ଘର ବାଖୁରିଏ ଛଡା ଆଉ କିଛି ନାହିଁ ଏମିତିକି ଚାଷ ଜମି ବି ଗୁଣ୍ଠେ ନାହିଁ । ତାଙ୍କ ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ୨ ଜଣ । ତେଣୁ ଘର ଚଳେଇବା ଲୋକ ହିଁ ସେ ନିଜେ ଥିଲେ । ରୋଗାଗ୍ରସ୍ତ ହେବା ଦ୍ୱାରା ସେ ଆଉ ମନ୍ଦିରରେ ପୂଜା କରିବା ସମ୍ଭବ ହେଲାନି । ସେ ସାଇ ମନ୍ଦିର ଛାଡି ନିଜ ବାସ ଭବନରେ ଆସି ରହିଲେ । ବର୍ତ୍ତମାନ ଅତ୍ୟନ୍ତ ଅସହାୟ ଭାବରେ ଦୁଇଓଳି ଦୁଇମୁଠା ଦାନା ନପାଇ ତଥା ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଥିବା ସମୟର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସବ ବ୍ୟବଛେଦ ହେବା ପରେ ନିଜ ଗ୍ରାମ ଶ୍ମଶାନରେ ଅନ୍ତିମ କ୍ରିୟା ହୋଇଥିଲା ।