ଦେବୋତ୍ତର କର୍ମଚାରୀଙ୍କ ମାସିକ ବେତନ ବୃଦ୍ଧି ଦାବି

 ଜୟପୁର : ଜୟପୁର ଦେବୋତ୍ତର ବିଭାଗ କର୍ମଚାରୀଙ୍କ ପରିବାର ଭୋକ ଉପାସରେ କାଳାତିପାତ କରୁଥିବା ଦୃଷ୍ଟିକୁ ଆସିଛି । ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଆଦେଶ ନଂ୨୬୦୨ ତାରିଖ ୩୦-୪-୨୦୨୫ ଅନୁଯାୟୀ ଜଣେ ଅଣକୁଶଳୀ ଶ୍ରମିକ ୪୬୨ କୁଶଳୀ ୫୧୨ ଅର୍ଦ୍ଧକୁଶଳୀ ୫୬୨ ଏବଂ କୁଶଳୀ ଶ୍ରମିକ ୬୧୨ ଟଙ୍କା ପାଇବାକୁ ଯୋଗ୍ୟ ବୋଲି ନିଦେ୍ର୍ଦଶ ରହିଛି । ହେଲେ  ଜୟପୁର ଦେବତ୍ତର ବିଭାଗର କାର୍ଯ୍ୟରତ ମୁଖ୍ୟ କିରାଣୀ ମାସିକ ୭୫୦୦ ଟଙ୍କା, ଡାଟା ଏଣ୍ଟ୍ରି ଅପରେଟର ମାସିକ ୬୦୦୦ ଟଙ୍କା, ପରିଛା ମାସିକ ୩୬୦୦ ଟଙ୍କା, ଜୟପୁର ଦେବତ୍ତୋର ଅଧିନରେ ରୋହିଥିବା ୩୩ ଗୋଟି ମନ୍ଦିରର ପୁଜାରୀ ମାସିକ ୧୦୫୬ ଟଙ୍କା, ସ୍ୱାର ୯୬୦ ଟଙ୍କା, ପାଣି ଦେବା ଗୌଡ ୬୭୨ ଟଙ୍କା, ଜଗୁଆଳ ସହ ମନ୍ଦୀର ପରିସର ସଫା କରିବା ପାଇଁ ନିୟଜିତ ପାଇକ ମାସିକ ୫୮୮ ଟଙ୍କା ଦରମା ପାଉଛନ୍ତି । ଯଦି ହିସାବକୁ ନିଆଯାଏ ଯାହା ଦୈନିକ ଜଣେ ଅଣ କୁଶଳୀ ମଜୁରିଆ ପାଉଥିବା ମଜୁରୀ ଠାରୁ ବହୁତ କମ୍ । ଦେବୋତ୍ତର କର୍ମଚାରୀଙ୍କ ନିମନ୍ତେ ଇପିଏଫ, ଇଏସଆଇ ନା ସ୍ୱାସ୍ଥ୍ୟବୀମା ଯୋଗାଇ ଛୋନ୍ତି ସରକାର ଏହା ଏକ ଦୁଃଖ ଓ ପରିତାପର ବିଷୟ । ଜୟପୁର ଦେବତ୍ତର ବିଭାଗର ଆଦାୟ ବାର୍ଷିକ ପ୍ରାୟ ୪୭ ଲକ୍ଷ ଟଙ୍କା ସେଥିରୁ ୩୩ ଗୋଟି ମନ୍ଦିର ନିମନ୍ତେ ଅନ୍ନଭୋଗ ନିମନ୍ତେ ବାର୍ଷିକ ୮୮୦୦୦ ଟଙ୍କା, ଦରମା ବାବଦକୁ ୭୮୫୬୪ ଟଙ୍କା, ଆରତି ୩୯୯୬ ଟଙ୍କା, ପତ୍ର ଦୋନା ୧୩୦୦  ଟଙ୍କା, ଝାଡୁ ୧୪୦୦ ଟଙ୍କା, ଦଶହରା ପୂଜା ୪ ଲକ୍ଷ୍ୟ ଟଙ୍କା, ରଥଯାତ୍ରା ୧୨ ଲକ୍ଷ୍ୟ ଟଙ୍କା, ଶିବରାତ୍ର ୫ ଲକ୍ଷ ଟଙ୍କା, ବୋଲବମ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ସହ ବାସନ୍ତିକ ଦୁର୍ଗା ପୂଜା, କାର୍ତ୍ତିକ ମାସ, ଫାଲଗୁନ ଯାତ୍ରା, ଶ୍ରୀରାମ ନବମୀ ଇତ୍ୟାଦି ପାଇଁ ପ୍ରାୟ ୨ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଥାଏଫ କିନ୍ତୁ ରାଜ୍ୟ ସରକାର ବିଗତ ୨୦୨୪-୨୫ ଆର୍ଥିକ ବର୍ଷରେ କେବଳ ୬ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ ଯାହା ସମୁଦ୍ରକୁ ସଙ୍ଖେ ପାଣି ସଦୃଶ୍ୟ । ବେଳ ଥାଉଣୁ ରାଜ୍ୟ ସରକାର ସନାତନିଙ୍କ ଧାର୍ମିକ ପରମ୍ପରାକୁ ରକ୍ଷା କରି ଆସୁଥିବା ଦେବୋତ୍ତର କର୍ମଚାରୀମାନଙ୍କ ମାସିକ ବେତନ ବୃଦ୍ଧି ନ କରନ୍ତି ତେବେ ଆଗମୀପିଢ଼ି ଏହି କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରିବେ । ରାଜ୍ୟ ମୁଖ୍ୟମନ୍ତ୍ରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ନିବେଦନ କରାଯାଇଛି ।