ଋଣ ଟଙ୍କା ହଡ଼ପ; ଥାନାର ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା
ାା ପ୍ରଭାନୁ୍ୟଜ ।ା ବାଲିକୁଦା : ବାଲିଚନ୍ଦ୍ରପୁର ଥାନା ଅଧିନ ଚାରିନଙ୍ଗଳ ପଞ୍ଚାୟତ ଧାଉଡ଼ିଆପଦା ପଡ଼ାଗ୍ରାମ ଦେହୁରୀସାହି ଆଦିବାସୀ ମହିଳାଙ୍କ ନାମରେ ଜନୈକା ମହିଳା ଚଞ୍ଚକତା କରି ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥାମାନଙ୍କରୁ ଋଣ କରି ହଡ଼ପ କରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଧାଉଡ଼ିଆପଦା ଗ୍ରାମର ଗୋବର୍ଦ୍ଧନ ଦାସଙ୍କ ଝିଅ ପୂଜାରାଣୀ ଦେହୁରୀ ସାହିର ଅପାଠୁଆ ମହିଳାମାନଙ୍କୁ ଗୋଷ୍ଠି କରି ଋଣ କରାଇଦେବା ନାମରେ ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଆବଶ୍ୟକୀୟ କାଗଜପତ୍ର ଓ ଟିପଚିହ୍ନ ନେଇଥିଲେ । କିଛି ଅସାଧୁ ଅର୍ଥଲଗାଣକାରୀ କର୍ମଚାରୀଙ୍କୁ ହାତକରି ପୂଜାରାଣୀ ମହିଳାମାନଙ୍କ ନାମରେ ଋଣ ଅନୁମୋଦନ କରିବା ପରେ ସମସ୍ତ ମହିଳାମାନଙ୍କ ନାମରେ ଲକ୍ଷାଧିକ ଟଙ୍କାକୁ ଚଂଚକତାକରି ହଡ଼ପ କରି ନେଇଛନ୍ତି । ଲତ ଦେହୁରୀ, ମମତା ଦେହୁରୀ, ଜେସ୍ନା ଦେହୁରୀ, ଜେମା ଦେହୁରୀ, ଟିକିଲି ସାମଲ, କବିତା ଦେହୁରୀ, ମମତା ଦେହୁରୀ, ଶାନ୍ତିଲତା ଦେହୁରୀ, ପାର୍ବତୀ ଦେହୁରୀ, ସୁକାନ୍ତି ଦେହୁରୀ, ଜୁତି ଦେହୁରୀ, ତୁଳସୀ ଦେହୁରୀ, ରିନା ଦେହୁରୀ, ମମତା ଦେହୁରୀ, ମଇନା ଦେହୁରୀ, ଗୀତା ଦେହୁରୀ, ପୁଷ୍ପଲତା ଦେହୁରୀ, କବିତା ଦେହୁରୀ, ଶାନ୍ତି ଦେହୁରୀ ଆଦି ମହିଳାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଋଣ କରି ଉଠାଇନେଇଛନ୍ତି । କିନ୍ତୁ ଏହା ସେମାନଙ୍କୁ ଜଣାନଥିଲା । ସମ୍ପୃକ୍ତ ମହିଳା କେବେ ଋଣ ହେବ ପୂଜାରାଣୀଙ୍କୁ ପଚାରିଥିଲେ ମଧ୍ୟ ହୋଇନାହିଁ ବୋଲି କହି ଚାଲିଥିଲେ । ତେବେଅର୍ଥଲାଗାଣକାରୀ ସଂସ୍ଥାମାନଙ୍କ ଏଜେଣ୍ଟ ସେମାନଙ୍କ ଘରେ ପହଞ୍ଚି ମାସିକ ଋଣ କିସ୍ତି ମାଗିବାରୁ ସେମାନଙ୍କ ନାମରେ ଋଣ ହୋଇଛି ବୋଲି ଜାଣିବାକୁ ପାଇଲେ । ପୂଜାରାଣୀଙ୍କୁ ସମ୍ପୃକ୍ତ ମହିଳାମାନେ ଭେଟି ପଚାରିବାରେ ସେ ଘଟଣାକୁ ପୁରା ଫାଙ୍କିଦେଇଥିଲେ । ଠକାମୀର ଶିକାର ହୋଇଥିବା ଆଦିବାସୀ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ପରେ ପୁଲିସ ୩୨୬/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।