ଦେବ୍ରିଗଡ଼ ଅଭୟାରଣ୍ୟ ହେଲା ଆଘାତ ମୁକ୍ତ ଅଞ୍ଚଳ
ସମ୍ୱଲପୁର: ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଦେବ୍ରିଗଡ ଅଭୟାରଣ୍ୟରେ ବନ୍ୟ ପ୍ରାଣୀ ସୁରକ୍ଷା ନେଇ ଅଭିନବ ପ୍ରୟାସରେ ୬୮ ଗ୍ରାମକୁ ସାମିଲ କରାଯାଇ ପ୍ରତ୍ୟେକ ଗ୍ରାମରେ ନୂତନ କମିଟି ଗଠନ କରାଯାଇଛି । ନିଭାଗ ଅଭୟାରଣ୍ୟ ସୀମା ୧ କିମି ଭିତରେ ଓ ବାହାରେ ୧ କିମି ଅଞ୍ଚଳକୁ ବନ୍ୟପ୍ରାଣୀ ଆଘାତ ମୁକ୍ତ ଅଞ୍ଚଳ ଘୋଷିତ କରିଛି । ଗ୍ରାମବାସୀମାନେ ବନ ବିଭାଗ ସହିତ ହାତ ମିଳାଇ ଶପଥ ନେଇଛନ୍ତି । ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି ଯେ, ଡେବ୍ରିଗଡରେ ପର୍ଯ୍ୟକମାନଙ୍କୁ ସୁବିଧା ଓ ସୁରକ୍ଷା ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବନ୍ୟପ୍ରାଣୀ ସୁରକ୍ଷା ନେଇ ମଧ୍ୟ ପୂର୍ବରୁ ସ୍ଥାନୀୟ ଲୋକମାନେ ବନ ବିଭାଗକୁ ସହଯୋଗ କରି ଆସୁଥିଲେ । ହେଲେ ବିଦୁ୍ୟତ୍ ଆଘାତ ସହିତ ବନ୍ୟ ପ୍ରାଣୀ ମାନେ ଶିକାରୀମାନଙ୍କ ହାବୁଡ଼ରେ ପଡ଼ି ଯାଉଥିଲେ । ତେଣୁ ସେମାନଙ୍କ ମାନସିକ ଓ ଶାରରିକ ସୁରକ୍ଷା ଦୃଷ୍ଟିରେ ଏଭଳି ପଦକ୍ଷେପ ନିଆଯାଇଛି । ଏହି ପ୍ରତିରୋଧ ଅଞ୍ଚଳରେ ବିଦୁ୍ୟତ୍ ହୁକ୍ ଲଗାଯିବନାହିଁ । ବନ୍ୟପ୍ରାଣୀ ବିଚରଣ କରି ପାରିବେ । ଏହି ପ୍ରତିରୋଧକ ଜୋନ କ୍ରମାଗତ ସୀମାକୁ ଆବୃତ କରେ । ହିରାକୁଦ୍ ଜଳଭଣ୍ଡାର ଆଦ୍ରଭୂମି ଦ୍ୱାରା ଘେରି ଏହି ଗ୍ରାମ ଗୁଡ଼ିକ ରହିଛି । ପ୍ରତ୍ୟେକ ଗ୍ରାମରେ ୨୦୦ ରୁ ୧୦୦୦ ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ରହିଛି । ମିଳିତ ଭାବରେ ଏହି ଗୁରୁତ୍ ଅଞ୍ଚଳକୁ ଶକ୍ ଫ୍ରି' କରିବାକୁ ସହମତ ହୋଇଛନ୍ତି । ଗତ ଦଶନ୍ଧିରେ ରୟାଲ ବେଙ୍ଗଲ ଟାଇଗର ଏବଂ ଚିତାବାଘ ସମେତ ବିଭିନ୍ନ ପ୍ରଜାତିର ଅନେକ ଜୀବଜନ୍ତୁ ଏଠାରେ ରହିଛନ୍ତି । ସମ୍ପୃକ୍ତ ଗ୍ରାମ ଗୁଡ଼ିକ କୃଷି ଭିତ୍ତିକ ଏବଂ ଫସଲକୁ ଅବନତିରୁ ବଞ୍ଚାଇବା ପାଇଁ ଏବଂ ମାଂସ ପାଇଁ ଶିକାର କରୁଛନ୍ତି । ଯେହେତୁ ସକାଳ ସମୟରେ ଅଭୟାରଣ୍ୟରୁ ବାହାରେ ପଶୁମାନଙ୍କର ନିୟମିତ ଭାବରେ ଚଳପ୍ରଚଳ କରନ୍ତି । ତେଣୁ ଏହି ଜୋନକୁ ବିଦୁ୍ୟତ୍ ପ୍ରତିରୋଧକ ମୁକ୍ତ କରିବା ଜରୁରୀ ଥିଲା । ମେଟାଲ ଡିଟେକ୍ଟର, ଲାଇଭ ତାର ଡିଟେକ୍ଟରଗୁଡିକ ନିୟମିତ ବ୍ୟବହୃତ ହେଉଛି । ପାଟ୍ରୋଲିଂ ଦଳ ନିୟମିତ ନଜର ରଖିଛନ୍ତି । ୬ ଗାଡ଼ି ବ୍ୟବହାର କରାଯାଉଛି ।