ଦିଲ୍ଲୀ ଜୁହାର ପରିବାରର ରଜତ ଜୁବୁଲୀ ନୂଆଁଖାଇ ପରବ

ାା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର:ଜୁହାର ପରିବାର ଦିଲ୍ଲୀର ରଜତ ଜୁବୁଲୀ ନୂଆଁଖାଇ ପରବ  ଜବାହାରଲାଲ ନେହରୁ ଷ୍ଟେଡିୟମ୍ର ପ୍ରେକ୍ଷାଳୟଠାରେ ଉଦଯାପିତ ହୋଇଯାଇଛି । ଦ୍ୱିତୀୟ ଦିବସରେ ୟୁକ୍ରେନର ରାଜଦୂତ ଡ଼. ଓଲେକସାନଦର ପୋଲିଶଚୁକ, ଉତ୍ତର ପ୍ରଦେଶ ପୋଲିସ ଅପରାଧ ଶାଖା ମହାନିଦେ୍ର୍ଦଶକ ସତ୍ୟନାରାୟଣ ସାବତ, କେରଳ ପୋଲିସ ଅଗ୍ନିଶମ ସେବା ମହାନିଦେ୍ର୍ଦଶକ ସଂଜୀବ ପାଟଯୋଷୀ, ଭାରତୀୟ ନବୀକରଣ ଶକ୍ତି ବିକାଶ ଏଜେନ୍ସି  ନିଦେ୍ର୍ଦଶକ (ବିତ୍ତ) ଡ଼. ବିଜୟ କୁମାର ମହାନ୍ତି ଓ ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ  ।
ଅତିଥି ଓ ଦର୍ଶକମାନଙ୍କୁ ସୋନପୁରର ଅର୍ଜୁନ ରଥଙ୍କର ପ୍ରସ୍ତୁତ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ କରଡ଼ି ହେଂଡୁଆ, ଆମ୍ବିଲ ଲେଥା, ଅରସା ପରିବେଷଣ କରାଯାଇଥିଲା  ।  ରଞ୍ଜନ ପ୍ରଧାନ, ମାନସ ମିଶ୍ର, କୁନ୍ତଳା ଭୋଇ, ବିଜୟାନନ୍ଦ ନାଏକ, ଅନୁପମ ମିଶ୍ର, ଦେବାଶିଷ ମାଝୀ, ପିନାକୀ ପ୍ରସାଦ ରଥ, ବିବେକ ପାତ୍ର, ଦେବଦତ୍ତ ଦାଶ, ବିଜୟ ତ୍ରିପାଠୀ, ବାସୁଦେବ ତ୍ରିପାଠୀ, ସୁନୀଲ ପଟେଲ, ସର୍ବେଶ୍ୱର ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର ମିଶ୍ର  କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ୟୁପିର ମହାନିଦେ୍ର୍ଦଶକ (କ୍ରାଇମବ୍ରାଞ୍ଚ) ସତ୍ୟ ନାରାୟଣ ସାବତ, କେରଳ ଅଗ୍ନିଶମ ସେବା ମହାନିଦେ୍ର୍ଦଶକ ସଂଜୀବ ପାଟଜୋଷୀ, ଓଡିଶା ସରକାରଙ୍କ ସଂସ୍କୃତି ସଚିବ ବିଷ୍ଣୁପଦ ସେଠୀ, ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଅତିରିକ୍ତ ପ୍ରେସ ସଚିବ ବିଜୟ ନାୟକ, ଦିଲ୍ଲୀ ସ୍ଥିତ ଓଡିଶା ର ଆବାସିକ କମିଶନର ବିଶାଳ ଗଗନ, ଓଡିଶା ସଂସ୍କୃତି ର୍ନିେଶକ ବିଜୟ କେତନ ଉପାଧ୍ୟାୟ, ଭାରତୀୟ ଜୀବନ ବୀମା ନିଗମ ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି, ଜାତୀୟ ଉଦ୍ଭିଦ ଗବେଷଣା ପ୍ରତିଷ୍ଠାନ ନିଦେ୍ର୍ଦଶକ ଅଜିତ ଶାସନୀ, ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର  ଦୀକ୍ଷିତ ଓ ବରିଷ୍ଠ ଅଧିବକ୍ତା ଶରତ ନନ୍ଦ ଓ ଅଶୋକ ପଣ୍ଡା ଉଦଘାଟନୀ ସମାରୋହରେ ସାମିଲ ହୋଇଥିଲେ ।  ସାଂସଦ ପ୍ରଦୀପ ପୁରୋହିତ ଓ ଭେନେଜୁଏଲାର ରାଜଦୂତ କାପାୟା ରୋଡ୍ରିଗଜ୍ ଗୋଞ୍ଜାଲେଜ୍ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।  ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରଖ୍ୟାତ ସଂଚାର ଶିଳ୍ପୀ ଅଲେଖ ସାହୁଙ୍କୁ ଜୁହାର ସମ୍ମାନ ପ୍ରଦାନ କରିଥିଲେ ।