ଆଇସିସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ)ର ଅଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ପକ୍ଷରୁ ପିଓଏସ୍ଏଚ୍ ଆଇନ୍-୨୦୧୩ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶ୍ୱବିଦ୍ୟାଳୟର ଲେକ୍ଚର ଗ୍ୟାଲେରୀ-୧ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଆଇସିସିର ଭୂମିକା ଏବଂ ଏଥିରେ ଆପତ୍ତି ଅଭିଯୋଗ ଦାଖଲ ସଂପର୍କରେ ଇତିହାସ ବିଭାଗର ସହକାରୀ ପ୍ରଫେସର ଡ. ସସ୍ମିତାରାଣୀ ଶାସନୀ ପାୱାର ପଏଣ୍ଟ ମାଧ୍ୟମରେ ଆଲୋକପାତ କରିଥିଲେ । ନିର୍ବାହୀ କୁଳପତି ପ୍ର. ସୁଶାନ୍ତ କୁମାର ଦାଶ ଏବଂ ଆଇସିସିର ଅଧ୍ୟକ୍ଷ ପ୍ର. ମୋନାଲିସା ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଓ ଶୃଙ୍ଖଳା ସଂପର୍କରେ ଅବଗତ କରାଇଥିଲେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଦୁଇଟି କର୍ମଶାଳା ଓ ଗୋଟିଏ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ ।