ଗଣପର୍ବ ନୂଆଁଖାଇ ରାଜଭବନରେ ପାଳନ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ


 ।ା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଓଡ଼ିଶାର ରାଜଭବନରେ ପାଳନ କରିବାପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉକôଣ୍ଠା ପକ୍ଷରୁ  ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି । ଉକôଣ୍ଠାର ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜିବ କୁମାର ମିଶ୍ର ଓ ବରିଷ୍ଠ ସାମ୍ବାଦିକ ରାଜାରାମ ପାଢ଼ୀ ଭୁବନେଶ୍ୱର ରାଜଭବନରେ  ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ଏଥିନେଇ ଅନୁରୋଧ କରିଥିଲେ । ଏହି ଆଲୋଚନା ଅବସରରେ ଉଭୟେ ରାଜ୍ୟପାଳଙ୍କୁ  କୃଷିଭିତ୍ତିକ ମହାନ ଗଣପର୍ବ ପାଳନର ମହତ ଦର୍ଶନ, ସାମାଜିକ ଆବେଦନ, ପରମ୍ପରା ଓ ମହତ୍ୱ ସଂକ୍ରାନ୍ତରେ ଜଣାଇଥିଲେ । ଅନ୍ନ ଓ ଆୟୁଷର ମହାନ ଗଣପର୍ବ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଶାର କୃଷିଭିତ୍ତିକ ଅର୍ଥନୀତିର ଆତ୍ମା କିଭଳି ଯୋଡ଼ି ହୋଇ ଲୋକ ସଂସ୍କୃତିକୁ କିଭଳି ଋଦ୍ଧିମନ୍ତ କରୁଛି ସେ ନେଇ ଆଲୋଚନା କରିଥିଲେ ।  ରାଜ୍ୟପାଳ ଉକôଣ୍ଠାର ଏହି ପ୍ରସ୍ତାବକୁ ସାକାରତ୍ମକ ଭାବେ ଗ୍ରହଣ କରିବା ସହ ଏହି ପ୍ରସ୍ତାବ ସଂକ୍ରାନ୍ତରେ ସହୃଦୟତାର ସହିତ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥଲେ । ରାଜ୍ୟପାଳଙ୍କ ଏହି ସହୃଦୟତାକୁ ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତ୍ତା ମହେନ୍ଦ୍ର ମିଶ୍ର, ଅନୀଲ ପାଣିଗ୍ରାହୀ, ସରୋଜ ସାହୁ, ନିରାକାର ପ୍ରଧାନ ପ୍ରମୁଖ ସ୍ୱାଗତ କରିଛନ୍ତି । ଏଭଳି ପଦକ୍ଷେପ ପଶ୍ଚିମ ଓଡିଶାର ଲୋକସଂସ୍କୃତିକୁ ମହିମାମଣ୍ଡିତ କରିବ ବୋଲି ଆଶା ପ୍ରକଟ କରିଛନ୍ତି ।