ସ୍ୱାମୀଙ୍କ ହତ୍ୟା ମାମଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କଲେ ନବ ଦାସଙ୍କ ପତ୍ନୀ

ସ୍ୱାମୀଙ୍କ ହତ୍ୟା ମାମଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କଲେ ନବ ଦାସଙ୍କ ପତ୍ନୀ

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ନବ ଦାସଙ୍କ ସ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରିଛନ୍ତି । ସେ ଇ-ମେଲ୍‌ ଜରିଆରେ ସାକ୍ଷାତକାରର ସମୟ ମାଗିଛନ୍ତି। ଇ-ମେଲ୍‌ ସହ ପୋଷ୍ଟାଲରେ ମଧ୍ୟ ଏକ ଚିଠି ପଠାଇ  ନବ ଦାସଙ୍କ ସ୍ତ୍ରୀ ସମୟ ମାଗିଛନ୍ତି । ସିବିଆଇ ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏନେଇ ନବ ଦାସଙ୍କ ପୁଅ ବିଶାଳ ଦାସ ସୂଚନା ଦେଇଛନ୍ତି। ଗତ ୧୧ ତାରିଖରେ ମା’ ଇ-ମେଲ୍‌ କରିଥିବା ପୁଅ କହିଛନ୍ତି।

ବିବରଣୀ ଅନୁସାରେ, ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହି ହତ୍ୟା ଘଟଣାକୁ ୨ ବର୍ଷ ପୂରିଥିବାବେଳେ ତଦନ୍ତର କୌଣସି ଅଗ୍ରଗତି ହେଉନାହିଁ। ତେଣୁ ଆବେଦନକାରୀ ପିନାକ ପାଣି ମହାନ୍ତି ମାମଲାର ସିବିଆଇ ତଦନ୍ତ ଦାବିରେ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନବ ଦାସ ହତ୍ୟା ଘଟଣା ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ନିମନ୍ତେ ଆଦେଶ ଦେଇଥିଲେ।