ଦେଶବ୍ୟାପୀ ଘରେ ଘରେ ତ୍ରିରଙ୍ଗା : ତିନିଦିନିଆ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ
ନୂଆଦିଲ୍ଲୀ : ଆଜିଠାରୁ ଦେଶବ୍ୟାପୀ ‘ଘରେ ଘରେ ତିରଙ୍ଗା ଦେଶପ୍ରେମ ଚଳଚ୍ଚିତ୍ର ମହୋସôବ’ର ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ମହୋସôବକୁ ଉସôାହଜନକ ପ୍ରତିକ୍ରିୟା ମିଳିଛି । ଏହି ମହୋସôବର ଉଦେ୍ଦଶ୍ୟ ହେଉଛି ଚଳଚ୍ଚÿିତ୍ର ମାଧ୍ୟମରେ ଭାରତର ସ୍ୱାଧୀନତା ପ୍ରତି ସମ୍ମାନ ବ୍ୟକ୍ତ କରିବା । ଆଜିଠୁ ଆସନ୍ତା ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ମହୋସôବ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଜାତୀୟ ଚଳଚ୍ଚÿିତ୍ର ବିକାଶ ନିଗମ (ଏନଏଫଡିସି) ଦ୍ୱାରା ଆୟୋଜିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବ୍ୟାପକ ଘରେ ଘରେ ତିରଙ୍ଗା ଅଭିଯାନର ଏକ ଅଂଶବିଶେଷ ଭାବେ ଏହି ମହୋସôବ ଆୟୋଜନ କରାଯାଉଛି । ଏହା ଜାତୀୟ ପତାକା ସହିତ ପ୍ରତ୍ୟେକ ନାଗରିକଙ୍କ ଭାବଗତ ସମ୍ପର୍କକୁ ଆହୁରି ଗଭୀର କରିବା ସହିତ ଏକତା ଏବଂ ଦେଶପ୍ରେମର ନୂତନ ଭାବନା ସୃଷ୍ଟି କରିବ ।
ଦେଶପ୍ରେମ ଉପରେ ଆଧାରିତ ଚଳଚ୍ଚÿିତ୍ର ପ୍ରଦର୍ଶନ ମାଧ୍ୟମରେ ଏହି ମହୋସôବର ଉଦେ୍ଦଶ୍ୟ ହେଉଛି, ଦର୍ଶକଙ୍କୁ ଭାରତର ସ୍ୱାଧୀନତା ଯାତ୍ରାକୁ ମନେ ପକାଇବା, ଅଗଣିତ ବୀରଙ୍କ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ଦେଶର ପରିଚୟକୁ ଆକାର ଦେଇଥିବା କାହାଣୀଗୁଡ଼ିକୁ ପ୍ରଦର୍ଶନ କରିବା । ଦିଲ୍ଲୀରେ ମହୋସôବର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ସରକାରରେ କଳା, ସଂସ୍କୃତି ଓ ଭାଷା ମନ୍ତ୍ରୀ କପିଳ ମିଶ୍ରା କହିଛନ୍ତି, ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମୃତିଚାରଣ କରିବା ଏବଂ ପରବର୍ତ୍ତୀ ପି?ିକୁ ଅନୁପ୍ରାଣିତ କରିବା ଲାଗି ଚଳଚ୍ଚÿିତ୍ର ଏକ ଶକ୍ତିଶାଳୀ ମାଧ୍ୟମ । ତେଣୁ ଘରେ ଘରେ ତ୍ରିରଙ୍ଗା ମହୋସôବ ଦେଶର ସ୍ୱାଧୀନତାର ଯାତ୍ରାକୁ ଲୋକଙ୍କ ଅନୁଭୂତିରେ ଉଜ୍ଜୀବିତ କରିପାରିବ ।
ମୁମ୍ବାଇରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି, ଘରେ ଘରେ ତ୍ରିରଙ୍ଗା - ଦେଶପ୍ରେମ ଚଳଚ୍ଚିତ୍ର ମହୋସôବର ଲକ୍ଷ୍ୟ ସିନେମା ମାଧ୍ୟମରେ ଭାରତର ସମୃଦ୍ଧ ସାଂସ୍କୃତିକ ଇତିହାସ ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିବା । ଏହି ମହୋସôବର ଉଦଘାଟନୀ ସମାରୋହ ଏକ ସଙ୍ଗେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ପୁଣେରେ ଅନୁଷ୍ଠିତ ହୋଇଛି ।
ଅନ୍ୟପକ୍ଷରେ ଚେନ୍ନାଇରେ ଟାଗୋର ଫିଲ୍ମ ସେଣ୍ଟର ମହୋସôବର ଏକ ଉଦଘାଟନୀ ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ ନିଦେ୍ର୍ଦଶକ ବସନ୍ତ, ନୃତ୍ୟଶିଳ୍ପୀ କଲା ମାଷ୍ଟର, ତାମିଲ ଚାମ୍ବର ଅଫ୍ କମର୍ସର ସଭାପତି ଚୋଳ ନାଚିୟାର, ଅଭିନେତ୍ରୀ ନମିତା, ତାମିଲନାଡୁ ସଂଗୀତ କଲେଜର ଅଧ୍ୟକ୍ଷ ଡକ୍ଟର ଏଭିଏସ ଶିବକୁମାର, ଅଭିନେତା, ନିଦେ୍ର୍ଦଶକ ଓ ପ୍ରଯୋଜକ ଶ୍ରୀ ବୀରାଙ୍କୁ ସମ୍ମାନିତ କରାଯାଇଥିଲା ।