ଦେଶୀ ମଦ ସହ ପିକଅପ୍ ଜବତ
ବେତନଟୀ : ବେତନଟୀସ୍ଥିତ ୧୮ନମ୍ବର ଜାତୀୟ ରାଜପଥ ବଙ୍ଗଳାଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଦେଶୀ ମଦ ବୋଝେଇ ପିକଅପକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ସୂଚନା ଅନୁସାରେ ଏକ ଦେଶୀମଦ ବୋଝେଇ ପିକଅପଟୀ ବାଲେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବେତନଟୀ ବଙ୍ଗାଳଛକ ନିକଟରେ ଗାଡିଟିକୁ ଅଟକାଇ ତଲାସି ନେବା ପାଇଁ ଚେଷ୍ଟା କରିଥିଲା । ତଲାସି ସମୟରେ ଗାଡି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । ଗାଡିରେ ବହୁ ପରିମାଣରେ ଦେଶୀ ମଦ ବୋଝେଇ ହୋଇଥିବା ଦେଖି ଅବକାରୀ ବିଭାଗ ଗାଡିଟିକୁ ଜବତ କରାଯାଇଛି । ଦେଶୀ ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଅନୁମାନ କରାଯାଇଛି ।