କିଶୋରୀ ମେଳା ଅନୁଷ୍ଠିତ
ଆସିକା: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଆସିକା ସମନ୍ୱିତ ଶିଶୁ ବିକାଶ ୪ଟି ସେକ୍ଟରରେ କିଶୋରୀ ମେଳା ଅନୁଷ୍ଠିତ ହୋଇଥିଲା । ଆସିକା ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧୀନରେ ଥିବା ଖଣ୍ଡଦେଉଳି, ଗୁଣ୍ଠପଡା, ଖାରିଆ ଏବଂ ପାଣ୍ଡିଆପଥର ରେ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ୧୫-୧୯ ବର୍ଷ ବୟସ କିଶୋରୀମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୁଣ୍ଠପଡା ସେକ୍ଟରର ଅଞ୍ଚଳପରିଦର୍ଶିକା ରଂଯୁକ୍ତା ସ୍ୱାଇଁ, ଦୀପ୍ତି ଧୋବା, ଗୀତାଞ୍ଜଳି ଗୌଡ଼ ଓ ସରସ୍ୱତୀ ଆଚାର୍ଯ୍ୟଙ୍କ ସଂଯୋଜନାରେ ସିଡିପିଓ ଇନ୍ଦିରା ମହାପାତ୍ର, ଖରିଆ ସରପଞ୍ଚ ଜୟନ୍ତୀ ସାହୁ ସମିତି ସଭ୍ୟା ସୌଦାମିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠିତ ମେଳାରେ ଉପସ୍ଥିତ ଥିବା କିଶୋରୀମାନଙ୍କ ଉଚ୍ଚତା, ଓଜନ, ହିମୋଗ୍ଲୋବିନ ପରୀକ୍ଷା, ଋତୁଶ୍ରାବ ଜନିତ ସମସ୍ୟା, ଉପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ କିଶୋରୀଙ୍କ ମଧ୍ୟରେ ନାଚ, ଗୀତ, ଚିତ୍ର, ବକୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସେକ୍ଟରର କିଶୋରୀଙ୍କୁ ପୃଷ୍ଟି ହୀନତା ଦୂରୀକରଣ ନିମନ୍ତେ ପୃଷ୍ଟିକର ଖାଦ୍ୟକୁ ଆପେଣେଇବା ଆବଶ୍ୟକ ପରାମର୍ଶ ପ୍ରଦାନ ଦେଇଥିଲେ ।