ବନବିଭାଗ ପକ୍ଷରୁ ଶାଗୁଆନ କାଠ ଜବତ

 ।ା ପ୍ରଭାନୁ୍ୟଜ ।ା ସୁକିନ୍ଦା: ରବିବାର ସୁକିନ୍ଦା ବନ ପକ୍ଷରୁ ବାଲିଆ ପାଖ ଜଙ୍ଗଲରୁ ବିପୁଳ ଶାଗୁଆନ କାଠ ଜବତ କରିଛି । ସୁଚନା ମୁତାବକ  ଲେମ୍ୱୋ ପଞ୍ଚାୟତ ଅଧିନସ୍ଥ ବାଲିଆ ପାଖ ଜଙ୍ଗଲରେ କିଛି କାଠ ମାଫିଆ ବାତ୍ୟା ସୁଯୋଗରେ ସ୍ଥାନୀୟ ଜଙ୍ଗଲରୁ ଶାଗୁଆନ ଗଛ କାଟି ନିକଟରେ ଏକ ସ୍ଥାନରେ ଲୁଚେଇ ରଖିଥିବା ଅଧିକାରୀ ଦେବେନ୍ଦ୍ର ମାଝୀ ସୂଚନା ପାଇଥିଲେ । ସୁକିନ୍ଦା ରେଞ୍ଜରଙ୍କ ନିଦେ୍ର୍ଦଶ କ୍ରମେ ବନବିଭାଗର ଏକ ଟିମ ଘଟଣା ସ୍ଥଳରେ ଚଢାଉ କରି ଲୁଚାଇ ରଖାଯାଇଥିବା ଶାଗୁଆନ କାଠ ଜବତ କରି ଦୁଇ ଟ୍ରାକ୍ଟରରେ ସୁକିନ୍ଦା ବନ ବିଭାଗ କାର୍ଯ୍ୟାଳୟ ପରିସରକୁ ଆଣିଥିବା ଜଣାପଡିଛି । ଗତ ଗୁରୁବାର ଓ ଶୁକ୍ରବାର ବାତ୍ୟା ଥିବା କାରଣରୁ ଲଗାଣ ବର୍ଷା ଚାଲିଥିବା ସୁଯୋଗରେ କାଠ ମାଫିଆ ଜଙ୍ଗଲରୁ ଗଛ କାଟି ଚୋରା ଚାଲାଣ କରିବା ପାଇଁ କାଠ କାଠି ଗଚ୍ଛିତ ରଖିଥିଲେ । ତେବେ କାଠ ଜବତ ହୋଇଥିଲେ ମଧ୍ୟ କୌଣସି ଲୁଟେରା ଗିରଫ ହୋଇନଥିବା ଜଣାପଡିଛି ।