ଦାମୋଦର ମିଶ୍ରଙ୍କ ନାମରେ ଡାକ ଟିକଟ ପ୍ରଚଳନ ଦାବି
ରାଜକନିକା: ରାଜପଣ୍ଡିତ କବିରନô ସରସ୍ୱତୀ ଦାମୋଦର ମିଶ୍ର ଜଣେ ଭାରତ ବିଖ୍ୟାତ ସସ୍କୃତବିତ୍ ପଣ୍ଡିତ । ଜନ୍ମ ତାଙ୍କର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଳକ୍ ଗିରିଆ ଗ୍ରାମରେ । ସେ ଏକାଧାରାରେ ଥିଲେ ଜଣେ ପ୍ରସିଦ୍ଧ ଦ୍ୱିଭାଷୀ ଲେଖକ, ଭକ୍ତକବି, ବିଦଗ୍ଧ ଗାଳ୍ପିକ, କଳାପ୍ରେମୀ ନାଟ୍ୟକାର, ଭାବପୂର୍ଣ୍ଣ ଗୀତିକାର, ବିଚକ୍ଷଣ ଅନୁବାଦକ, ଆଦର୍ଶ ଶିକ୍ଷାବିତ୍, ପ୍ରବୀଣ ଜ୍ୟୋର୍ତିବିତ୍, ଅଭିଜ୍ଞ ସଂସ୍କାରକ ତଥା ଦାର୍ଶନିକ । ତର୍କଶାସ୍ତ୍ରରେ ମଧ୍ୟ ତାଙ୍କର ଦଖଲ ରହିଥିଲା । ତାଙ୍କ ରଚିତ ସଂସ୍କୃତ ମହାକାବ୍ୟ "କନକବର୍ଷ ଚରିତମ୍’ ତକôାଳରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପ୍ରଚଳିତ ଥିଲା । ତଥା "ଧ୍ରୁବ ତପସ୍ୟା" ନାମକ ଏକ ଓଡ଼ିଆ ନାଟକ ପାଟଣା ବିଶ୍ୱବିଦ୍ୟାଳୟରେ ପ୍ରଚଳିତ ଥିଲା । ଏଭଳି ଦିବଂଗତ ପ୍ରତିଭା ତଥା ଯଶ୍ୱସୀ ପୁରୁଷ ଆମଠାରୁ ବିଦାୟ ନେବାର ଦୀର୍ଘ ୭୦ବର୍ଷ ବିତିଗଲାଣି । ତାଙ୍କ ନିମନ୍ତେ ଆଜି ପର୍ଯ୍ୟନ୍ତ ତାଙ୍କର ସ୍ମୃତି ରକ୍ଷା ନିମନ୍ତେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇ ପାରିନି । ପୂଜ୍ୟ ପୂଜା କ୍ଷେତ୍ରରେ ଏହା ଆମ ପାଇଁ ଏକ ଦୁଃଖର ବିଷୟ । ଏହି ମହାତ୍ମାଙ୍କର ସ୍କୃତିରକ୍ଷା ନିମନ୍ତେ ଏକ ସ୍ମାରକୀ ଡାକ ଟକଟ ପ୍ରଚଳନ ପାଇଁ ସାଧାରଣରେ ଦାବି ହେଉଛି ।