‘ଯାତ୍ରା ରାଜନନ୍ଦିନୀ’ର ଆଖଡା ପୂଜା
ଭଦ୍ରକ : ଭଦ୍ରକ ଜିଲ୍ଲାରୁ ଜନ୍ମ ଲାଭ କରିଥିବା ଯାତ୍ରା ରାଜନଦିନୀ ଚତୁର୍ଥ ବର୍ଷରେ ପଦାର୍ପଣ କରିଛି । ଭଦ୍ରକ କଳାର ମାଟି । ଭଦ୍ରାକମାଟିରେ ଜନ୍ମିତ ନାଟ୍ୟାଚାର୍ଜ୍ୟ ରଘୁନାଥ ପଣ୍ଡା ଏଇ ମାଟିର ସୁପୁତ୍ର । ତେଣୁ ଯାତ୍ରାର ଆର୍ଥିକ ଲାଭ ଉପରେ ଅଧିକ ଗୁରୁତ୍ୱ ନ ଦେଇ ଓଡିଆ କଳା ସଂସ୍କୃତିକୁ ଉଦଜୀବିତ କରି ଅଶ୍ଳୀଳତା ବା ଅଙ୍ଗ ପ୍ରଦର୍ଶନ ଠାରୁ ଦୂରେଇ ରହି ନାଟକ ପରିବେଷଣ ପାଇଁ ଭଦ୍ରକ ସାଂସଦ ଅଭିମନୁ୍ୟ ସେଠୀ ଅତିଥି ଭାବରେ ଯୋଗ ଦେଇ ପରାମର୍ଶ ଦେଇଛନ୍ତି । ଏବର୍ଷ ବଛା ବଛା ଆଗଧାଡିର ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ଯାତ୍ରା ରାଜନନ୍ଦିନୀ ତାର ଯାତ୍ରା ପରିଶେଷଣ କରିବାକୁ ପ୍ରତିଶୃତିବଦ୍ଧ ଓ ଦର୍ଶକମାନେ ଯାତ୍ରା ଦେଖିବା ପାଇଁ ଆସିଲେ ସେମାନଙ୍କର ଶତ ପ୍ରତିଶତ ମନୋରଞ୍ଜନ ଦେବାର ଗ୍ୟାରେଣ୍ଟି ଦେବା ସହ ସୁନାମଧନ୍ୟ ଲେଖକ ଓ ଆଗଧାଡିର ନିଦେ୍ର୍ଦଶକ ମାନଙ୍କୁ ନେଇ ସପରିବାର ବସି ଦେଖିଲା ଭଳି ନାଟକ ନାଟକ ପ୍ରସ୍ତୁତ ହୋଇଛି ବୋଲି ଏହାର ପ୍ରଯୋଜକ ଇଂ ସ୍ତୁତି ରଞ୍ଜନ ପଲାଇ ନିଜର ମତ ରଖିଥିଲେ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତଥା ତ୍ୟାଗଭୂମି ସଭାପତି ଅଜୟ ନାୟକ, ସ୍ଥାନୀୟ ବ୍ରହ୍ମପୁର ସରପଞ୍ଚ ନରହରି ସାହୁ, ପୂର୍ବତନ ସରପଞ୍ଚ ମହେଶ୍ୱର ପଲାଇ, ସମିତି ସଭ୍ୟ ପ୍ରତିନିଧି ଅଜୟ ପଲାଇ ପ୍ରମୁଖ ଯୋଗ ଦେଇଥିଲେ ।