ଦ୍ରୁତ ଗତି, ମହାବିପତ୍ତି ଅକାଳରେ ଚାଲିଗଲା ୩ ଜୀବନ
କୋଣାର୍କ ଦ୍ରୁତ ଗତି, ମହାବିପତ୍ତି । ଏହି କଥାଟି ୩ ଯୁବକଙ୍କ କ୍ଷେତ୍ରରେ ସତ ପ୍ରମାଣିତ ହୋଇଛି । ଜୋରରେ ଗାଡ଼ି ଚଳାଇ ଆସୁଥିବା ଦୃତ ଗତି ଦୁଇ ଜଣଙ୍କ ଜୀବନ ନେଇଛି । କୋଣାର୍କ-କାକଟପୁର ରାସ୍ତା କୋଣାର୍କ ଥାନା ଅର୍ନ୍ତଗତ ବଢେଇ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ଯୁବକଙ୍କ ମୃତୁ୍ୟ ହୋଇଛି । ଚାରିଛକ ଦଣ୍ଡିକିରାର ଜୟପ୍ରକାଶ ସାହୁ,ସାଗର ମଲ୍ଲିକ,ଦୀପକ ମଲ୍ଲିକ ତିନି ଜଣ ସାଥି ହୋଇ ମଙ୍ଗଳବାର ରାତି ପ୍ରାୟ ୧ଟା ସମୟରେ ବାଇକରେ କୋଣାର୍କରୁ ଘରକୁ ଫେରୁଥିଲେ । ବଢେଇ ଛକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତା କଡ ମଣ୍ଡପରେ ଧକ୍କା ହୋଇଥିଲା । ଏଥିରେ ତିନି ଜଣ ଗୁରୁତର ଆହତ ହୋଇଥିଲେ । ବାଇକ ଚୁରମାର ହୋଇଯାଇଥିଲା । ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ବାସିନ୍ଦା ନିଦରୁ ଉଠି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଖବରପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ଗୁରୁତର ଆହତଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସକାଳୁ ଦୂର୍ଘଟଣା ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା । କୋଣାର୍କ ଥାନାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ହସ୍ପିଟାଲ ପଠାଯାଇଥିବା କୋଣାର୍କ ପୁଲିସ ସୂଚନା ଦେଇଛି ।