ରାଜା ଚକ୍ରଙ୍କ ଖଣି ଲିଙ୍କ୍: ଦ୍ବିତୀୟ ଦିନରେ ଇଓଡବ୍ଲୁ ଓ ଏସଟିଏଫ୍‌ର ଚଢ଼ାଉ

ରାଜା ଚକ୍ରଙ୍କ ଖଣି ଲିଙ୍କ୍:  ଦ୍ବିତୀୟ ଦିନରେ ଇଓଡବ୍ଲୁ ଓ ଏସଟିଏଫ୍‌ର ଚଢ଼ାଉ

ଖୋଲୁଛି ବିଜେଡି ନେତା ରାଜା ଚକ୍ରଙ୍କ ଖଣି ଲିଙ୍କ୍ । ଆଜି ଦ୍ବିତୀୟ ଦିନରେ ବି ରାଜାଙ୍କ ବ୍ୟବସାୟିକ ସାମ୍ରାଜ୍ୟରେ ଚାଲିଛି ଇଓଡବ୍ଲୁ ଓ ଏସ୍‌ଟିଏଫ୍‌ର ଚଢ଼ଉ । କୋଇଡ଼ାରେ ଥିବା କାର୍ୟ୍ୟାଳୟରେ ଚାଲିଛି ଚଢ଼ାଉ । ୧୦ଟି ଗାଡ଼ି ଜବତ ସହ ଚାଲିଛି ମାରାଥନ୍ ଜେରା । ଗତକାଲି ୧୦ଟି ଠିକଣାରେ ରେଡ୍ କରିଥିଲା ଏସ୍‌ଟିଏଫ୍ ଓ ଇଓଡବ୍ଲୁ ର ଟିମ୍‌ । ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ଗୋପାଳପୁର ସମେତ ୧୦ଟି ସ୍ଥାନରେ ହୋଇଥିଲା ଚଢ଼ାଉଯ ମାଇନିଂ ଟ୍ରାନ୍ସପୋର୍ଟ ଗନ୍ଧ ମାର୍ଦନ ଲୋଡ଼ିଂ ଏଜେନସି ଆଣ୍ଡ ଟ୍ରାନ୍ସପୋର୍ଟ କୋପରେଟିଭ ସୋସାଇଟିରେ ଘୋଟଲା ମାମଲାରେ ଫଶିଛନ୍ତି ରାଜା ଚକ୍ର । ୫୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ସେ ତଦନ୍ତ ଘେରକୁ ଫେରକୁ ଆସିଛନ୍ତି । ସୋମବାର ମଧ୍ୟ ୧୧ ଘଣ୍ଟା ଧରି ରାଜା ଚକ୍ରଙ୍କୁ ଜେରା କରିଥିଲା ଇଓଡବ୍ଲୁ ।