ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗରେ ଶୋକ
ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ପଂଚାୟତ ରାମକୃଷ୍ଣପୁର ଗ୍ରାମର ଧର୍ମପରାୟଣ ପରୋପକାରୀ ବ୍ୟକ୍ତି ରାଜକିଶୋର ନାୟକ(୭୦)ଙ୍କର ହୃଦ୍ଘାତରେ ବିୟୋଗ ଘଟିଛି । ସ୍ୱର୍ଗତ ରାଜକିଶୋର ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦେବାଦେବୀ ପୀଠରେ ଅନୁଷ୍ଠିତ ଉତ୍ସବରେ ନିଜକୁ ସାମିଲ କରି ସ୍ୱଇଚ୍ଛାରେ ସେବା ଯୋଗାଇଥାଆନ୍ତି । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ବଡପୁଅ ଜ୍ୟୋତିରଂଜନ ନାୟକ ମୁଖାଗ୍ନି ଦେଇଥିଲେ । ରାଜକିଶୋର ନାୟକଙ୍କ ବିୟୋଗ ଖବର ପାଇ ସ୍ୱର୍ଗତ କାଳିନ୍ଦୀ ବାବୁଙ୍କ ସୁପୁତ୍ର, ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା ସ୍ୱର୍ଗତଙ୍କ ବାସଭବନରେ ପହଞ୍ଚô ଶୋକାକୂଳ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହ ସ୍ୱର୍ଗତ ନାୟକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ନାୟକଙ୍କ ପୁତ୍ର ଚିତ୍ତରଂଜନ ନାୟକ ଓ ଜ୍ୟୋତିରଂଜନ ନାୟକ ଉପସ୍ଥିତ ଥିଲେ । ଶ୍ରୀ ବେହେରାଙ୍କ ସହିତ ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦସଭ୍ୟ ଅଚୁ୍ୟତାନନ୍ଦ ଦାସ, ନୃସିଂହ ଚରଣ ମୁଦୁଲି, ମନୋରଂଜନ ସ୍ୱାଇଁ, ବ୍ରଜବନ୍ଧୁ ପ୍ରଧାନ, ବାବୁଲି ରାଉତରାୟ, ଧୀରେନ୍ଦ୍ର ମଲିକ, ରଂଜନ କୁମାର ରାଉତ, ପ୍ରକାଶ ଚନ୍ଦ୍ର ସାମଲ, ଅନନ୍ତ କିଶୋର ମଲ୍ଲ, ଅଧ୍ୟାପକ ଅଶୋକ କୁମାର ଖଟୁଆ, ଅଭୟ କୁମାର ରାଉତ, ସେକ୍ ମହମ୍ମଦ ଇଦ୍ରିସ ଓ ଆଲୋକ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରପ୍ରତି ସମବେଦନା ଜ୍ଞାପନ କରିଥିଲେ ।