ବନପାଳ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି 


ଭଣ୍ଡାରିପୋଖରୀରୁ ରାଜେନ୍ଦ୍ର ଶତପଥୀ
ଧାମନଗର ବନାଞ୍ଚଳ ଅଧୀନ ଭଣ୍ଡାରିପୋଖରୀ ବନପାଳ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି ଦେଖାଦେଇଛି । ପୂର୍ବରୁ ବ୍ଲକ ପାଇଁ ସ୍ଥାୟୀ କାର୍ଯ୍ୟାଳୟ ନଥିବା ବେଳେ ଗତବର୍ଷ ବାରିକପୁର ନିକଟ ବେଳମଳା ଠାରେ ବନପାଳ (ଫରେଷ୍ଟ) କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଛି । କାର୍ଯ୍ୟାଳୟ ଭିତ୍ତିଭୂମି ବିକାଶ କାର୍ଯ୍ୟ ମଧ୍ୟ ସେଭଳି ଉନ୍ନତମାନର ହୋଇନାହିଁ । ପାଚେରୀ ଓ ଫାଟକ ବିହୀନ ଗୋଟିଏ ମାତ୍ର କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇଥିବାବେଳେ ଅନ୍ୟ ଏକ ଗୃହର ନିର୍ମାଣ କାର୍ଯ୍ୟ ଧିମାରେ ଚାଲିଛି । ଏଠାରେ ଜଣେ ଫରେଷ୍ଟରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସହଯୋଗୀ ଭାବେ ଅନ୍ୟଜଣେ ଫରେଷ୍ଟ ଗାର୍ଡ ଅଛନ୍ତି । ଉକ୍ତ କାର୍ଯ୍ୟାଳୟ ଅଧିନରେ ଭଣ୍ଡାରିପୋଖରୀ ସମେତ ମଞ୍ଜୁରୀରୋଡ, ନାଆମୀ, ଝୁଟୁଣା ଓ ଆଖୁଆପଦା ଠାରେ ପାଞ୍ଚଟି ବିଟ ହାଉସ୍ କାର୍ଯ୍ୟ କରୁଥିବା ବିଭାଗୀୟ ନଥିପତ୍ରରେ ଉଲ୍ଲେଖ ଅଛି । ପାଞ୍ଚଟି ବିଟ ହାଉସ୍ ପାଇଁ ସର୍ବନିମ୍ନ ପାଞ୍ଚ ଜଣ ଫରେଷ୍ଟ ଗାର୍ଡ ଆବଶ୍ୟକ କରୁଥିବା ବେଳେ ଗୋଟିଏ ହେଲେ କର୍ମଚାରୀ ଏଥିରେ ନିଯୁକ୍ତି ହୋଇନାହାନ୍ତି । ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଞ୍ଚାୟତ ଫରେଷ୍ଟ କାର୍ଯ୍ୟାଳୟ ଅଧିନରେ ରହିଥିବାବେଳେ ପଡୋଶୀ ବନ୍ତ ବ୍ଲକର ଶତକଡା ୪୦ଭାଗ ଏଥିରେ ସଂଯୁକ୍ତ ହୋଇଛି  । ସୁତରାଂ ଜଣେ ଫରେଷ୍ଟର ଓ ଅନ୍ୟଜଣେ କର୍ମଚାରୀଙ୍କୁ ନେଇ ଦୁଇଗୋଟି ବ୍ଲକରେ କାର୍ଯ୍ୟ କରିବା ପାଇଁ କାଠିକର ପାଠ ହୋଇପଡିଛି । ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ନର୍ସରୀ ନିର୍ମାଣ ସହିତ ବୃକ୍ଷରୋପଣ, ଚାରାବଣ୍ଟନ ଓ ଅନ୍ୟାନ୍ୟ ଜନ ସଚେତନତା କାର୍ଯ୍ୟମାନ ହାତକୁ ନିଆଯାଉଛି । ବିଶେଷ କରି ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବେଳେ କର୍ମଚାରୀ ଅଭାବରୁ ଏହାର ସଫଳ ରୂପାୟନ ହୋଇପାରୁନାହିଁ । ପ୍ରତ୍ୟେକ ଆର୍ଥିକ ବର୍ଷରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏନ୍ଆରଇଜିଏସ୍ ଓ ବିଭାଗୀୟ ଯୋଜନାରେ ହଜାର ହଜାର ଗଛ ଲାଗୁଥିଲେ ସୁଦ୍ଧା ଏହାକୁ ଦେଖାଶୁଣା କରିବା ପାଇଁ କେହି କର୍ମଚାରୀ ନାହାନ୍ତି । ପୂର୍ବବର୍ଷ ମାନଙ୍କରେ ମାଳଦା, ପର୍ବତୀ, ପିରିପୁର, ଖପୁରିପଦା, ଥଇଳା ପ୍ରମୁଖ ସ୍ଥାନ ମାନଙ୍କରେ ଲାଗିଥିବା ଶହ ଶହ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କେବଳ କାଗଜପତ୍ରରେ ଗଛ ଲାଗିଥିବା ଦର୍ଶାଯାଇ ଲକ୍ଷ ଲକ୍ଷ ଟଙ୍କା ରାଜକୋଷରୁ ବ୍ୟୟ ହୋଇଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡିକ ନିଶ୍ଚିହ୍ନ ପ୍ରାୟ ହୋଇଯାଇଛି । ଉପରିସ୍ଥ ଅଧିକାରୀଙ୍କ ନିଦେ୍ର୍ଦଶ ଅନୁଯାୟୀ ଫରେଷ୍ଟର ଓ କର୍ମଚାରୀ ଜଣକ ବାଧ୍ୟବାଧକତାକୁ ଗଛ ଲଗାଉଥିବାବେଳେ କର୍ମଚାରୀ ଜନିତ ଅଭାବ କାରଣରୁ ଏଗୁଡିକ ବଞ୍ଚାଇ ରଖିବା ସମ୍ଭବପର ହେଉନାହିଁ । ବୃକ୍ଷରୋପଣକୁ ଛାଡିଦେଲେ ବେଆଇନ କାଠ ବେପାର ଓ ଚୋରା ଚାଲାଣକୁ ରୋକିବା ମଧ୍ୟ ସମ୍ଭବ ହେଉନାହିଁ । ଏହିଭଳି ଆହୁରି ଅନେକ ସମସ୍ୟା ରହିଥିବା ବେଳେ ଅର୍ଦ୍ଧ ନିର୍ମିତ କାର୍ଯ୍ୟାଳୟ ଓ ଦୁଇଜଣ କର୍ମଚାରୀ ନେଇ ନାମକୁ ମାତ୍ର ଜଙ୍ଗଲ ବିଭାଗ କାମ କରୁଛନ୍ତି । ତେଣୁ ଆଗାମୀ ଦିନରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ନ ହେଲେ ଜଙ୍ଗଲ ବିଭାଗ ଦ୍ୱାରା ସରକାର ପ୍ରେରିତ କରୁଥିବା ଯୋଜନା ଗୁଡିକର ସଫଳ ରୂପାୟନ ହୋଇ