ଧର୍ମପ୍ରାଣା ମହିଳାଙ୍କ ପରଲୋକ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ୍ ଚଳାନପଡ଼ା ଗ୍ରାମର ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ବାରିକଙ୍କ ସହ ଧର୍ମିଣୀ ଦେବ କୁମାରୀ ଦେବୀଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି  । ସେ  ଜଣେ ଧର୍ମପ୍ରାଣା ଓ ପରୋପକାରୀ ମହିଳା ଥିଲେ  । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  । ମୃତୁ୍ୟ ସମୟରେ ପୁଅ ଝିଅ ସମସ୍ତେ ଉପସ୍ଥିତ ଥିଲେ  । ସ୍ଥାନୀୟ ଶ୍ମଶାନରେ ଅନ୍ତେଷ୍ଠି କ୍ରିୟା କରାଯାଇଥିବା ବେଳେ ବଡ଼ ପୁଅ ପ୍ରମୋଦ ବାରିକ ମୁଖାଗ୍ନି ଦେଇଥିଲେ  । ଅନ୍ତେଷ୍ଠି କ୍ରିୟାରେ ପରିବାର ସମେତ ସମସ୍ତ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ  ।