ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ଦଶରଥପୁର : ଦଶରଥପୁର ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଶରତ କୁମାର ନାୟକ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଏହି ଜିଲା ଅଧିନସ୍ଥ ବୈରୀ ଥାନାଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ପ୍ରକାଶଥାଉ କି ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଦଶରଥପୁର ଥାନାର ପ୍ରଥମ ଥାନାଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିଥିବା ବଦ୍ରିକାନାଥ ବେହେରା ଏଠାରୁ ବଦଳି ହେବା ପରେ ଏହି ପଦବୀ ଗତ କିଛି ଦିନ ହେବ ଖାଲି ପଡିଥିଲା ।