ବିଶ୍ୱ ଫୋଟଗ୍ରାଫି ଦିବସ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିଶ୍ୱ ଫୋଟଗ୍ରାଫି ଦିବସ ପାଳନ କଲେ କାର୍ଯ୍ୟରତ ଭିଡିଓ ଜର୍ଣାଲିଷ୍ଟ ତଥା ବିଭିନ୍ନ ମାଧ୍ୟମ ସଂସ୍ଥାର କ୍ୟାମେରାମ୍ୟାନମାନେ । ଏ ନେଇ ଗତ ରାତିରେ ସମସ୍ତ କାର୍ଯ୍ୟରତ କ୍ୟାମେରାମ୍ୟାନମାନେ ଫୋଟ ଉଠାଇବାର ବିଭିନ୍ନ ଶୈଳୀ ସହ କିପରି ଆଗାମୀ ଦିନରେ ସେମାନେ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିବେ ସେ ନେଇ ଆଲୋଚନା କରିଥିଲେ । ପ୍ରତି ଖବର ହେଉ କିମ୍ବା ଲୋକ ଲୋଚନକୁ ଆସୁଥିବା ବିଭିନ୍ନ ନୂଆ ସ୍ଥାନ, ରହସ୍ୟ ଆଦି ପଛରେ ଜଣେ କ୍ୟାମେରା ମ୍ୟାନର ଦାୟିତ୍ୱ ବେଶ ଗୁରୁତ୍ୱପୂର୍ଣ ଅଟେ । ଏଣୁ ପରଦା ପଛରେ ରହି ଲୋକଙ୍କ ନିକଟରେ ବିଭିନ୍ନ ବିଷୟକୁ ଉପସ୍ଥାପନ କରୁଥିବା କ୍ୟାମେରାମ୍ୟାନଙ୍କ ପାଇଁ ଏହି ଦିନ ବେଶ ମହତ୍ୱ ରଖିଛି ବୋଲି ସମସ୍ତେ ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲାର କାର୍ଯ୍ୟରତ କ୍ୟାମେରାମ୍ୟାନ ପ୍ରକାଶ ପଟ୍ଟନାୟକ, ରାହୁଲ ଗୋଲରି, ଏମ୍ଚନ୍ଦ୍ରା ରାଓ, ବିକ୍ରମ ପାଢୀ, ପଙ୍କଜ ଖରା, ମୂନା ନେତମ, ପିନତୁ କୁମାର, ସ୍ୱାଧୀନ ବେହେରା ପ୍ରମୁଖ ଉପସ୍ଥିତ ରହି କେକ୍ କାଟି ଏହି ଦିନକୁ ପାଳନ କରିଥିଲେ ।