ଧାନମଣ୍ଡି ଖୋଲିବା ନେଇ ପ୍ରଶିକ୍ଷଣ ଶିବିର 

 ରାଜନଗର: ରାଜନଗର ବ୍ଲକ୍ ସଦଭାବନା ଗୃହରେ ଚଳିତ ବର୍ଷ ଧାନମଣ୍ଡି ଖୋଲିବା ନେଇ ପ୍ରଶାସନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ ଓ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ପୁନମ ଜେନା ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବିରରେ ଖରିଫ ଋତୁରେ ଧାନକ୍ରୟ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏଫକୁ୍ୟ ମାନର ଧାନ ସଂଗ୍ରହ ପାଇଁ ଚାଷୀଙ୍କ ମଧ୍ୟରେ ସଚେତନା ସୃଷ୍ଟି ପାଇଁ ଉଦ୍ୟମ କରାଯିବାକୁ ଆଲୋଚନା ହୋଇଥିଲା । ପ୍ରତି ମଣ୍ଡିରେ ଜଣେ ନୋଡାଲ ଅଫିସର, ସୁପରଭାଇଜର, କ୍ୱାଲିଟ୍ ଚେକ୍ରଙ୍କ ସହ ସମିତିର ସଭାପତି, ସମ୍ପାଦକ, ଗ୍ରାମ୍ୟ କୃଷି ଅଧିକାରୀ, ରାଜସ୍ୱ ନିରୀକ୍ଷକ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ୩ ରୁ ୬ଜଣ ଚାଷୀ ତଦାରଖ କରିବେ ବୋଲି ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରି, ତହସିଲଦାର ଅଜୟକୁମାର ମହାନ୍ତି, ସହକାରୀ କୃଷି ଅଧିକାରୀ ମୈ÷ାମିତ୍ରା ମହାନ୍ତି, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ବିଶ୍ୱପ୍ରକାଶ ସାହୁ ସହ ସମସ୍ତ ରାଜସ୍ୱ ନିରୀକ୍ଷକ, ଗ୍ରାମ୍ୟ କୃଷି କର୍ମଚାରୀ, ସମସ୍ତ ସେବା ସମବାୟ ସମିତି ସମ୍ପାଦକ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।