ଗଞ୍ଜେଇ ଜବତ, ୩ ଗିରଫ 

 ଆସିକା : ଗଞ୍ଜାମ ଜିଲ୍ଲା ଆସିକା -ଭଞ୍ଜନଗର ରାସ୍ତାର ବାଲିସିରା ଛକ ଠାରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ବିଶେଷ ସୂତ୍ରରୁ ଖବର ପାଇ ଏକ ସୁଇଟ ଡିଜାୟର ଗାଡିରୁ ୫୦ କିଲୋ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ପ୍ରକାଶ ଯେ, ଏକ ଓଡି ୦୨-ବିଏକ୍ସ -୮୦୯୭ ନମ୍ବର ଏକ କାର ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଡା ଥାନା ଇଲାକାର ତିନି ଜଣ ମିଶି ଚୋରରେ ଗଂଜେଇ ବସ୍ତାରେ କନ୍ଧମାଳରୁ ଦିଘା ଅଭିମୁଖେ ଚାଲାଣ କରାଯାଉଥିବା ଅବକାରୀ ପୋଲିସ ଜାଣିବାକୁ ପାଇଥିଲା । ଚୋରା ଗଂଜେଇ ଚାଲାଣ ଅଭିଯୋଗରେ ସଦାନନ୍ଦ ଦିଗାଲ (୪୭), ବିକାଶ ନାୟକ (୨୪), ଟୁକୁନା ସାହାଣୀ(୩୪) ତିନି ଜଣଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ତିନିଟି ମୋବାଇଲ ଫୋନ, ଏକ ଗାଡିକୁ ମଧ୍ୟ ଜବତ କରିଛି ଅବକାରୀ ପୋଲିସ । ଏହି ଚଢ଼ାଉ କାର୍ଯ୍ୟକ୍ରମ ଦକ୍ଷିଣାଞ୍ଚଳ ଅବକାରୀ ଅଧିକାରୀ ଦାମୋଦର ଖଣ୍ଡା ଏବଂ ଅଧିକ୍ଷକ ଶ୍ରୁତିକାନ୍ତ ରାଉତଙ୍କ ନିଦେ୍ର୍ଦଶକ୍ରମେ ଏସଆଇ ଅଜିତ ନାୟକ, କୁମୁଦ ପ୍ରଧାନ, କପିଳାସ ବାତ୍ରା, ସନ୍ତୋଷ ନାୟକ, ପ୍ରବୀର ସାମଲ, ପରେଶ ବେହେରା ସମେତ ଅନେକ କର୍ମଚାରୀ ଏହି ଚଢ଼ାଉରେ ସାମିଲ ରହିଥିଲେ ।