ମହାଲଷ୍ମୀ ପୂଜା ଆରମ୍ଭ
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମ ରେ ମାଁ ଝରାବହଲେନ ମହା ଲଷ୍ମୀ ପୂଜା ସାମୁହିକ ପୂଜା ଆରମ୍ଭ ହୋଇଯାଇଛି । ଉକ୍ତ କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ମାନେ ସ୍ଥାନୀୟ ମହାଦେବ ପାଖରୀରୁ କଳସରେ ପାଣି ଭରି ପୂର୍ଣ୍ଣ କଳସଟିକୁ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଲଷ୍ମୀ ପୂଜା. ୯ ତାରିଖ ଠାରୁ ୧୩ ପର୍ଯ୍ୟନ୍ତ ଚାଲି ରହିବ ଉକ୍ତ ପୂଜାରେ କର୍ତ୍ତା ଭାବରେ ଝୁମୁକଲାଲ ପୋଡ଼ ଓ ତାଙ୍କ ଧର୍ମପନôୀ ସଞ୍ଜନା ପୋଡ଼ ଦାୟିତ୍ୱ ତୁଲାଇ ଥିବା ବେଳେ ମୁଖ୍ୟ ପୂଜକ ରଞ୍ଜନ କୁମାର ମିଶ୍ର ଓ ତାଙ୍କ ସହଯୋଗୀ ରୋମାଞ୍ଚ ବିଶି ରୀତିନୀତିର ସହ ପୂଜା ଅର୍ଚ୍ଚନା କରି ପୂଜାଟିକୁ ଆଗେଇ ନେଇଅଛନ୍ତି । ଉକ୍ତ ପୂଜା କମିଟିର ସଭାପତି କୁନୁ ରାମ ପୋଡ଼ ସମ୍ପାଦକ ଯୋଗେନ୍ଦ୍ର କଟା କୋଷାଧକ୍ଷ ପ୍ରେମେଲାଲ ଷଣ୍ଢ, ସମସ୍ତ କର୍ମକର୍ତା ଓ ଗ୍ରାମବାସୀ ବୁନ୍ଦସହଯୋଗ କରୁଛନ୍ତି ଓ ଦର୍ଶକ ମାନଙ୍କର ପାଇଁ ପ୍ରତ୍ୟେକ ରାତ୍ର ରେ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।