ବିଜ୍ଞାନରେ କୌଶଳ ଦେଖାଇଲେ କୁନି ବୈଜ୍ଞାନିକ

 ଅସ୍ତରଙ୍ଗ:  ଅସ୍ତରଙ୍ଗ ବ୍ଲକ୍ ଉକୁଳେଇ ସ୍ଥିତ ଏକ୍ସଟି ଜାଭିୟର ସ୍କୁଲରେ ବିଜ୍ଞାନ ଅନୁଷ୍ଠିତ ହୋଇଛି, କାର୍ଯ୍ୟକ୍ରମରେ ମୋଟ ୮୦ ରୁ ୮୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବୈଜ୍ଞାନିକ ଜ୍ଞାନ କୌଶଳରେ ଆଧାରିତ ପ୍ରୋଜେକ୍ଟ ଉପସ୍ଥାପନା କରିଛନ୍ତି । ପରିବେଶ, ଜଳବାୟୁ ମୃତ୍ତିକା ପ୍ରଦୂଷଣ କିପରି ହେଉଛି ଆଉ ଏହାକୁ ବିଜ୍ଞାନ କୌଶଳ ରେ କିପରି ରୋକାଯାଇପାରିବ ବିଜୁଳି ଘଡଘଡି ସମୟରେ ନିଜ ସହିତ ଘରର ସୁରକ୍ଷା, ସଡକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଅତ୍ୟାଧୁନିକ ବିଜ୍ଞାନ କୌଶଳ, ଉନ୍ନତ କୃଷି, ସ୍ୱାସ୍ଥ୍ୟ ଏହିଭଳି ଭିନ୍ନ ଭିନ୍ନ ଜ୍ଞାନକୁ ଆଧାରିତ କରି କୁନି କୁନି ବୈଜ୍ଞାନିକମାନେ ପ୍ରୋଜେକ୍ଟ ଉପସ୍ଥାପନା କରିବା ସହିତ ଉପସ୍ଥିତ ଦର୍ଶକଙ୍କୁ ଉସôାହିତ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟଅତୀଥି ଶିକ୍ଷାବିତ୍ ପ୍ରମୋଦ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍ଘାଟନ କରିଛନ୍ତି, ବିଚାରକ ହିସାବରେ ଶିକ୍ଷାବିତ୍ ରବୀନ୍ଦ୍ର ସାମନ୍ତରାୟ ଓ ଅରୁଣ ମହାନ୍ତି ନିଜ କାର୍ଯ୍ୟକ୍ରମ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସେନାପତି, ସମ୍ପାଦକ ଜ୍ୟୋତିରଞ୍ଜନ ନାୟକ ମଞ୍ଚାସିନ ଅତୀଥି ଭାବେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବିଜ୍ଞାନର ଉନ୍ନତ ଜ୍ଞାନ କୌଶଳ ଓ ଆଜିର ସମାଜରେ ବିଜ୍ଞାନର ଆବଶ୍ୟକତା ଉପରେ ଉଦ୍ବୋଧନ ଦେଇଥିବା ବେଳେ, ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷାବିତ୍ ରଶ୍ମିରଞ୍ଜନ ନାୟକ ରହିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ପକ୍ଷରୁ କୃତି ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରାଯାଇଛି । ପ୍ରଥମ ସ୍ଥାନରେ ଚତୁର୍ଥ ଶ୍ରେଣୀ ଛାତ୍ରୀ କୃତିଦୀପା ଓ ଆଦ୍ୟାସା ସେନାପତି, ଦ୍ୱିତୀୟରେ ୩ୟ ଶ୍ରେଣୀ ଛାତ୍ରୀ ଅଙ୍କିତା ସ୍ୱାଇଁ ଓ ୬ଷ୍ଠ ଶ୍ରେଣୀର ଦିବ୍ୟଜ୍ୟୋତି, ୭ମ ଶ୍ରେଣୀର ଶୁଭ୍ରଜ୍ୟୋତି ନିଜ ନିଜ ବିଜ୍ଞାନ କୌଶଳ ପ୍ରତିପାଦନ କରିଥିଲେ ।