ବିକାଶ ପଥ ଉପରେ ଆଲୋଚନାଚକ୍ର
ବାରଙ୍ଗ: ସ୍ଥାନୀୟ କୁଞ୍ଜବିହାରୀ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଦ୍ୱାରା ଭାରତ ଓ ଏହାର ପଡୋଶୀ ଦେଶମାନଙ୍କର ବିକାଶ ପଥ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଡ଼. ମାନସରଞ୍ଜନ ଦାଶ ମିଶ୍ରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଭୁବନେଶ୍ୱର ନାଇସେର ଅର୍ଥନୀତି ବିଭାଗ ବରିଷ୍ଠ ପ୍ରଫେସର ଡ଼. ଅମରେନ୍ଦ୍ର ଦାସ ଅତିଥି ଭାବେ ଯୋଗ ଦେଇ ଭାରତର ଅର୍ଥନୈତିକ ପ୍ରଗତି ଓ ଏହାର ପ୍ରଗତି ପଥ ଉପରେ ଆଲୋକପାତ କରିବା ସହ ବିଭିନ୍ନ ପ୍ରଗତିମୂଳକ ବିଷୟ ଉପରେ ଆଲୋଚନା କରିଥିଲେ । ବିଭାଗୀୟ ମୁଖ୍ୟ ପ୍ରାଣୟିନୀ ମିଶ୍ର ଓ ଛାତ୍ରଛାତ୍ରୀ ସେମାନଙ୍କର ତାଙ୍କର ସନ୍ଦର୍ଭ ପାଠ କରିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷ ଅନିଲ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଡ.ସନ୍ତୋଷ ମିଶ୍ର ଧନ୍ୟବାଦ ଦେଇଥିଲେ । ଲକ୍ଷ୍ମୀପ୍ରିୟା ବିଶ୍ୱାଳ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ ।