ହେଡଫୋନ ହେଲା କାଳ, ଯୁବକ ମୃତ

 ବାଲେଶ୍ୱର : ବାଲେଶ୍ୱର ରେଲଷ୍ଟେସନ ନିକଟ ଆନନ୍ଦ ବଜାର ରେଳ ଧାରଣା ଯୁବକ ଜଣକ କାନରେ ହେଡଫୋନ ଦେଇ ରେଳ ଫାଟକ ପାର କରିବା ସମୟରେ ଟ୍ରେନ ଦୁର୍ଦ୍ଧଟଣାର ସମ୍ମୁଖୀନ ହୋଇ ମୃତୁ୍ୟ ଘଟିଛି  । ହେଡଫୋନ ଦେଇ ଯିବାସୟରେ ଟ୍ରେନ ଆସିବାର ଜାଣିପାରି ନଥିବା ସାଧାରଣ ଲୋକେ ମତ ରଖିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଶନିବାର ଅପରାହ୍ନ ୪.୩୦ ମିନିଟ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ନିକଟ ଆନନ୍ଦ ବଜାର ଠାରେ ରେଳ ଧାରଣା ଫାଟକ ନିକଟରେ ଘଟିଛି   । ମୃତ ଯୁବକ ହେଲେ ସହଦେବଖୁଣ୍ଟା ଥାନା ହରିପୁର ଅଞ୍ଚଳର ଦୀପକ ପାଣିଗ୍ରାହୀ ବୋଲି ଜଣାପଡିଛି । ଘଟଣାର ଖବର ପାଇ ଜିଆରପି ପୋଲିସ ପହଞ୍ଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଇଛି ।