ଧାମରା ବନ୍ଦରରୁ ପରିବହନ ସୁଯୋଗ ଦାବି: ମା’କାଳିତ୍ରା ଟ୍ରକ ମାଲିକ ସଂଘ ପକ୍ଷରୁ ପୁଣି  ଧାରଣା

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଭାଗଡା-ନାରାୟଣପୁର ଟୋଲଗେଟ ସମ୍ମୁଖରେ ମା’କାଳିତ୍ରା ଟ୍ରକ ମାଲିକ ସଂଘ ପକ୍ଷରୁ ଧାମରା ବନ୍ଦରରୁ ମାଲ ପରିବହନ ସୁଯୋଗ ଦାବିରେ ବୁଧବାର ୨ୟ ପର୍ଯ୍ୟାୟ ଧାରଣା ଅନୁଷ୍ଠିତ ହୋଇଛି । ଭଣ୍ଡାରିପୋଖରୀ, ବନ୍ତ ଓ ଧାମନଗର ଟ୍ରକ ମାଲିକମାନଙ୍କ ଦ୍ୱାରା ଗଠିତ ଏହି ସଂଘରେ ଅନୁବନ୍ଧିତ ଟ୍ରକଗୁଡିକୁ ଧାମରା ବନ୍ଦରରୁ ପରିବହନ ସୁଯୋଗକୁ ଉଦେ୍ଦଶ୍ୟମୂଳକ ଭାବେ ବାଧା ଦିଆଯାଉଛି । ଜିଲ୍ଲା ଓ ଜିଲ୍ଲା ବାହାରର ଟ୍ରକ ମାଲିକ ସଂଘଗୁଡିକୁ ପରିବହନ ସୁଯୋଗ ମିଳୁଥିବା ବେଳେ ମା’କାଳିତ୍ରା ସଂଘକୁ ବୈମାତୃକ ମନୋଭାବ ଯୋଗୁଁ ଏଥିରୁ ବଞ୍ଚôତ କରାଯାଉଛି । ଏହି ସମସ୍ୟାର ସମାଧାନ ପାଇଁ ସଂଘ ପକ୍ଷରୁ ଜିଲ୍ଲାପାଳ, ଜିଲ୍ଲା ପୁଲିସ ଅଧିକ୍ଷକ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗତ ଜୁଲାଇ ୨୨ ତାରିଖରେ ସଂଘ ପକ୍ଷରୁ ଅନୁରୂପ ଧାରଣା ଦିଆଯାଇଥିଲା । ସାମଧାନ ପାଇଁ ପୁଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ସଂଘ ପକ୍ଷରୁ ପୁନର୍ବାର ଧାରଣା ଅନୁଷ୍ଠିତ ହୋଇଛି । ଧାମରା ବନ୍ଦରରୁ ମାଲ ପରିହନ କରି ଆସୁଥିବା ଟ୍ରକଗୁଡିକୁ ଏହି ରାସ୍ତା ଦେଇ ଛଡାଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସଂଘ ସଭାପତି ଦିପ୍ତିନାରାୟଣ ରାଉତ, ସମ୍ପାଦକ ସୁରେନ୍ଦ୍ର ମହାପାତ୍ର, ସ୍ୱୟମ୍ଭୁ ପ୍ରସାଦ ଦାସ, ସଞ୍ଜିବ କୁମାର ରାଉତ, ବଳରାମ ଦାସ, ଗୁରୁପ୍ରସାଦ ଗିରି, ଆକାଶ କୁମାର ପରିଡା, ଶକ୍ତିଧର ନାୟକ, ସୁଦାମ ଭାରତୀ, ଚିନ୍ମୟ ବେହେରା, ଗୋପାଳ ନାଥ, ଶିଶିର ପାତ୍ର, ଭରତ ଚନ୍ଦ୍ର ସାହୁ ପ୍ରମୁଖ ସଂଘର ଶତାଧିକ  ସଦସ୍ୟମାନେ ଧାରଣା ଦେଇଥିଲେ । ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।