ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା

 ଭଣ୍ଡାରିପୋଖରୀ : ଭଣ୍ଡାରି ପୋଖରୀ ବ୍ଲକ ଅନ୍ତର୍ଗତ କହରାପୋଖରୀରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ମାଧ୍ୟମରେ ବ୍ଲକ ସ୍ଥରୀୟ ଉଦ୍ୟାନ କୃଷି କର୍ମଶାଳା ଶିବିର ଅନୁଷ୍ଠିତ ଶୁକ୍ରବାର ହୋଇଯାଇଅଛି । ଆଜି ବିଷ୍ଣୁପୁର, ଜଳମଣ୍ଡୁଆ, ନଗୁଆଁ, ନିର୍ଗୁଣ୍ଡି,ପାଟୁଳୀ, ବୟାଁବନାପୁର, ରଣଜିତ୍  ଆଦି ୮ ଗୋଟି ଗ୍ରାମ ପଞ୍ଚାୟତ ଅଗ୍ରଣୀ ଚାଷୀ ମାନଙ୍କୁ ନେଇ ଉଦ୍ୟାନ କୃଷି କର୍ମଶାଳା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବାସୁଦେବପୁର ଉଦ୍ୟାନ କୃଷି ଅଧିକାରିଣୀ ସୋନାଲି ସାହୁ, ଭଣ୍ଡାରିପୋଖରୀ ବ୍ଲକ ଉଦ୍ୟାନ କୃଷି ଅଧିକାରିଣୀ ସୁଭଦର୍ଶନି ରଥ, ଧାମନଗର ବ୍ଲକ ଉଦ୍ୟାନ କୃଷି ଅଧିକାରୀ କୁଞ୍ଜ ବିହାରୀ ମିଶ୍ର ଯୋଗ ଦେଇ ଫଳଗଛ, ପନି ପରିବା ଓ ଫୁଲ ଚାଷ ମାଧ୍ୟମରେ ରୋଜଗାର  ପନ୍ଥାଗୁଡିକୁ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ଆଲୋଚନା କରିଥିବା ବେଳେ ଭଣ୍ଡାରି ପୋଖରୀ କୃଷି ଅଧିକାରୀ ସଞ୍ଜୀବ ମଲ୍ଲିକ କୃଷି ଓ କୃଷକ ସମ୍ପର୍କରେ ଆଲୋଚନା ରଖିଥିଲେ । ଭଣ୍ଡାରିପୋଖରୀ ବ୍ଲକ  ଚିତ୍ତରଞ୍ଜନ କର, କଲ୍ୟାଣ ପାଣିଗ୍ରାହୀ ଓ ଅବକାଶ ନାୟକଙ୍କ ପରିଚାଳନାରେ ଶତାଧିକ ଅଗ୍ରଣୀ ଚାଷୀ ଯୋଗ ଦେଇ ଉଦ୍ୟାନ କୃଷି କର୍ମଶାଳାର ଶିକ୍ଷାକୁ ଉପଭୋଗ କରିଥିଲେ ।
ବରୀ: ବରୀ ବ୍ଲକ ଅଟିରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ କୃଷି ଅଧିକାରୀ ଜ୍ୟୋର୍ତ୍ତିମୟୀ ବେହେରା, ସହକାରୀ ଉଦ୍ୟାନକୃଷି ଅଧିକାରୀ ଶୁଭଶ୍ରୀ ଶୁଭଦର୍ଶନୀ, ସ୍ଥାନୀୟ ସରପଞ୍ଚ କୈଳାଶ ଚନ୍ଦ୍ର ମଲ୍ଲିକ, ସମାଜସେବୀ ଅରବିନ୍ଦ ମହାନ୍ତି, ସହକାରୀ ପ୍ରାଣୀଚିକିସôା ଅଧିକାରୀ ଡାକ୍ତର ସଂଗୀତା ପ୍ରଧାନ, ଉଦ୍ୟାନକୃଷି କର୍ମଚାରୀ ମୋନାଲିସା ଅଧିକାରୀ ବିପିସି (ମିଶନଶକ୍ତି) ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ,  ଓଏଲମ ପ୍ରିୟଙ୍କା ଦାସ, ଏମବିକେ ସଂଗୀତା ପ୍ରଧାନ ପ୍ରମୁଖ ଯୋଗଦେଇ ଦକ୍ଷତା ବିକାଶ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଏକ ଦିବସୀୟ ଉଦ୍ୟାନକୃଷି କର୍ମଶାଳା ଉପରେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ସରକାର କୃଷିଭିତ୍ତିକ ବିଭିନ୍ନ ଯୋଜନା ସମ୍ବନ୍ଧରେ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା । ଆଖପାଖ ୫ ଗୋଟି ପଞ୍ଚାୟତ ବହୁ ଚାଷୀ ଏହି କର୍ମଶାଳାରେ ଯୋଗ ଦେଇଥିବା ବେଳେ ଏହି ଅବସର ଉଦ୍ୟାନ ବିଭାଗ କର୍ମଶାଳା ପକ୍ଷରୁ ସଫଳଚାଷୀ ଜ୍ୟୋତିକାନ୍ତ ମହାପାତ୍ର ଜିଆ ଖତ ପ୍ରସ୍ତୁତି ବିଷୟରେ  ଚାଷୀ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଉଦ୍ୟାନ ବିଭାଗ ପକ୍ଷରୁ ଜିଆ ଖତ ସମସ୍ତ କୃଷକଙ୍କୁ ପ୍ରଦାନ କରାଯାଇଥିଲା । ଜୈବିକ ପ୍ରାଣଳୀ ଚାଷ ଉପରେ ଆଲୋଚନା ହୋଇଥିଲା ।