ଜାତୀୟ ବାଳିକା ଦିବସ ପାଳିତ

 ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଗାଜିପୁର ପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗିରିଧାରୀ ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ପ୍ଲା-କାର୍ଡ଼ ଧରି ଗ୍ରାମ ପରିକ୍ରମା କରି ଜନାସାଧାରଣଙ୍କୁ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ପ୍ରମାଣ ପତ୍ର ଦିଆଯାଇଥିଲା । ସହକାରୀ ଶିକ୍ଷକ ବିଜୟ କୁମାର ସାହୁ, ତପସ୍ୱିନୀ ସାହୁ, ମଞ୍ଜୁଲତା ସାହୁ, ପୁଷ୍ପଲତା ତରାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ତିହିଡ଼ି ସିଆରଏସ ହାଇସ୍କୁଲରେ ମଧ୍ୟ ଜାତୀୟ ବାଳିକା ଦିବସ ପାଳିତ ହୋଇଥିଲା । ବ୍ଲକ ଶିକ୍ଷାଧିକାରୀ ଶୁଭସ୍ମିତା ତି୍ରପାଠୀ ଏହାକୁ ଉଦ୍ଘାଟନ କରିଥିଲେ ।