ନଦୀ କୂଳରୁ ବୃଦ୍ଧଙ୍କ ଶବ ଉଦ୍ଧାର
ପାଣିକୋଇଲି : ଏହି ଥାନା ବୁଢାନଦୀର ରୁଢିଆ ନିକଟରୁ ଆଜି ଅପରାହ୍ନରେ ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର କରାଯାଇଛି । ବୈତରଣୀ ନଦୀର ଶାଖାନଦୀ ବୁଢାନଦୀ କୂଳ ଅମରି ବୁଦା ନିକଟରେ ଏକ ଶବ ଭାସୁଥିବା ଦେଖି ପୁଲିସକୁ ଖବର ଦିଆଯାଇଥିଲା । ସବଇନ୍ସପେକ୍ଟର ସୁମିତ କୁମାର କୁଜୁର, ହାବିଲଦାର ସୁଲୋଚନ ବେହେରା ସଦଳବଳେ ନଦୀକୂଳରେ ପହଞ୍ଚିଥିଲେ । ଉକ୍ତ ଶବଟି କେଉଁଆଡୁ ଭାସି ଆସିଥିବା ଅନୁମାନ କରାଯାଉଥିଲା । ଶବଟି ଫୁଲି ଚମଡା ଛାଡିଯାଇଥିବା ବେଳେ ଶରୀରଟି ସମ୍ପୂର୍ଣ୍ଣ କଳା ପଡିଯାଇଥିବା ଦେଖିବାକୁ ମିଳିଥିଲା । ନଦୀ ବଢିରେ ଏହା ଭାସି ଆସିଥିବା କୁହାଯାଉଥିଲା । ପୁଲିସ ଘଟଣାସ୍ଥଳେ ପହଁଚି ଶବ ଉଦ୍ଧାର କରିବା ପରେ ଏହା ମାଳଆନ୍ଦପୁର ପଞ୍ଚାୟତ ବ୍ରଜନଗର ଗ୍ରାମର ନାଗା ମଳିକଙ୍କ ମୃତ ଦେହ ବୋଳି ପରିବାର ଲୋକ ଚିହ୍ନଟ କରିଥିଲେ । ତିନି ଦିନ ହେବ ଛତିଆ ଯିବ କହି ନାଗା ଘରୁ ବାହାରିଥିଲା । ତେଣୁ ତାକୁ ଆଉକେହି ଖୋଜିନଥିଲେ । ହେଲେ ତାଜି ତାର ମୃତଦେହ ମିଳିବା ପରେ ବ୍ୟବଚ୍ଛ୍ୟେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକସôାଳୟକୁ ପଠାଇଥିବା ଜଣାପଡିଛି ।