ଧର୍ମପ୍ରାଣା ମହିଳାଙ୍କ ପରଲୋକ

 ବ୍ରହ୍ମବରଦା: ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ଢିଅସାହି ଗ୍ରାମର ଧର୍ମପ୍ରାଣ ମହିଳା ସେବତୀ ସାହୁ( ୭୮)ଙ୍କ ପରଲୋକ ଘଟିଛି । କିଛିଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ କଟକ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକ ଖବର ପ୍ରସାରିତ ହେବା ଫଳରେ ବ୍ରହ୍ମବରଦା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀମତୀ ସାହୁ ଜଣେ ସ୍ନେହୀ, ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଥିଲେ । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ପୁଅ, ବୋହୁ, ନାତି, ନାତୁଣୀ, ବନ୍ଧୁ ବାନ୍ଧବ ଓ ପରିବାରବର୍ଗ ଆଦି ଉପସ୍ଥିତ ଥିଲେ । ଏକ ଶୋକାକୁଳ ପରିବେଶରେ ଶ୍ରୀମତୀ ସାହୁଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାବେଳେ, ନାତି ସତ୍ୟପ୍ରକାଶ ମୁଖାଗ୍ନି ଦେଇଥିଲେ ।