ନଦୀକୂଳରୁ ମାଟି ଖୋଳିନେଲା ଠିକାସଂସ୍ଥା

 ରାଜନଗର : ରାଜନଗର ବ୍ଲକ୍ର ଅନ୍ୟତମ ଜୀବନରେଖା ଭାବେ ପରିଚିତ କେରଡାଗଡ-ଅଳତାଙ୍ଗ ଲୁଣା ଘେରୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ବନ୍ଧରୁ ୪୦ମିଟର ଜଗନ୍ନାଥପୁର ଗାଁ ନିକଟ ତାମୁଳିଆଠାରେ ହଂସୁଆ ନଦୀ ଗର୍ଭକୁ ଧସି ପଡିଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଯନ୍ତ୍ରୀ ତଦନ୍ତ କରି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଧସିଥିବା ସ୍ଥାନରେ ୨୦ମିଟର ଲେଖାଏଁ ଦୁଇଟି ଟେଣ୍ଡର ମାଧ୍ୟମରେ ୭୦ଲକ୍ଷ ଟଙ୍କାର ପଥର ପ୍ୟାକିଂ କାମ ଆରମ୍ଭ ହୋଇଛି । ଏହି କାମ କରୁଥିବା ଠିକାସଂସ୍ଥା ବିନା ସୂଚନା ଫଳକରେ କାମ କରୁଥିବା ଦେଖିବାକୁ ମିଳିଛି । ହଂସୁଆ ନଦୀର କୂଳରେ ଥିବା ମାଟିକୁ ପ୍ରାୟ ୩ଫୁଟରୁ ଉଦ୍ଧ୍ୱର୍ ଖୋଳି ଠିକାସଂସ୍ଥା ରାସ୍ତା ଉପରେ ପକାଇଥିବା ଅଭିଯୋଗ ହୋଇଛି । ଯାହାଫଳରେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ନିୟମାନୁଯାୟୀ  ନଦୀକୂଳ କ୍ଷୟ ହୋଇଥିବା ସ୍ଥାନରେ ପ୍ରଥମେ ମାଟି ପକାଇ ପରେ ପଥର ପକାଇବା କଥା । ମାତ୍ର ଠିକାସଂସ୍ଥା ନଦୀକୂଳ ଓ ରାସ୍ତା ପାଶ୍ୱର୍ରୁ ମାଟି ଖୋଳିନେଇ ରାସ୍ତା ଉପରେ ପକାଇଥିବା ବେଳେ, କୂଳକ୍ଷୟ ସ୍ଥାନରେ ଝୁଡିଏ ମାଟିବି ପଡିନଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଆଳି ତଟବନ୍ଧ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ସମ୍ବିତ ସାହୁଙ୍କୁ ପଚାବାରୁ ନଦୀକୂଳରୁ ମାଟି ଖୋଳିନେଇ ରାସ୍ତା ଉପରେ ପକାଇଥିବା ସଂପର୍କରେ ଆପଣଙ୍କଠାରୁ ପ୍ରଥମେ ଶୁଣୁଛି । ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଉଛି । ରିପୋର୍ଟ ଆସିଲେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।  ସୂଚନା ଥାଉକି, କେରଡାଗଡ-ଅଳତାଙ୍ଗ ନଦୀବନ୍ଧ କ୍ଷୟ ହେଲେ ଶହଶହ ହେକ୍ଟର ଚାଷଜମିରେ ଲୁଣାଜଳ ପ୍ରବେଶ କଲେ ଜଗନ୍ନାଥପୁର, ଗର୍ଜନପୁର, ନରଣପୁର, ବଡକୋଟ ଆଦି ଗ୍ରାମଗୁଡିକର ସହ ଶତାଧିକ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ।