ପଞ୍ଚାୟତ ଅର୍ଥ ତୋଷାରପାତର ଭିଜିଲାନ୍ସ ତଦନ୍ତ ଦାବି
କେନ୍ଦ୍ରାପଡା : ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତରେ ଦୁର୍ନୀତିର ପେଡ଼ି ଧୀରେ ଧୀରେ ପଦାକୁ ଆସୁଛି । ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତର ୨୦୧୭ ରୁ ୨୦୨୧ ଆର୍ଥିକ ବର୍ଷରେ ବ୍ୟାପକ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଛନ୍ତି ସମାଜସେବୀ ତଥା ସୂଚନା ଅଧିକାର କର୍ମୀ ହରେକୃଷ୍ଣ ପାତ୍ର । ଗତ ୨୦୨୧ ମସିହାରେ ହରେକୃଷ୍ଣ ପାତ୍ର ସୂଚନା ଅଧିକାର ଆଇନ ଅନୁଯାୟୀ ବଉଳକଣି ପଞ୍ଚାୟତର ୨୦୧୭ ରୁ ୨୦୨୧ ଆର୍ଥିକ ବର୍ଷର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମସ୍ତ ବିବରଣୀ ପ୍ରଦାନ ନିମନ୍ତେ ଆବେଦନ କରିଥିଲେ । ଗତ ୨୩ ଅପ୍ରିଲ ୨୦୨୫ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଉପସ୍ଥିତ ରହି ମହାକାଳପଡ଼ା ବିଡ଼ିଓ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ତାହା ସମସ୍ତଙ୍କୁ ଚକିତ କରିଛିକ୍ଷ ପଞ୍ଚାୟତ ରୁ ସରକାରୀ ତଥ୍ୟ ଗାଏବ ନେଇ ସୂଚନା ମିଳିବା ପରେ ସମ୍ପୃକ୍ତ ତକôାଳୀନ ସରପଞ୍ଚ ସୁଜାତା ସାମଲ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରି, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଜି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକଙ୍କ ନିକଟରେ ଶ୍ରୀ ପାତ୍ର ଅଭିଯୋଗ କରି ତଦନ୍ତ ପାଇଁ ଦାବି କରିଛନ୍ତି!