ସିଆର୍ସିସି ନିଯୁକ୍ତି ବିଳମ୍ବ ନେଇ ତେଜୁଛି ପ୍ରତିକ୍ରିୟା 

 ରାଜନଗର: ରାଜନଗର ବ୍ଲକ୍ରେ ଦୀର୍ଘ ଦିନ ହେବ ୯ଟି ସିଆର୍ସିସି ପଦବୀ ଖାଲି ପଡିଛି । ତଳସ୍ଥରରେ ପାଠପଢାକୁ ତ୍ୱରାନ୍ୱିତ କରିବା ସହ ବିଭାଗର କାର୍ଯ୍ୟକୁ କ୍ରିୟାନ୍ୱୟନ ଦିଗରେ ସିଆର୍ସିସିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ମଧ୍ୟରେ ୮ମାସ ବିତିଗଲାଣି । ହେଲେ କେନ୍ଦ୍ରାପଡା ଜିଲ୍ଲାରେ ୬୫ଟି ସିଆରସିସି ପଦବୀ ଖାଲି ରହିଛି । ଏନେଇ ସମଗ୍ର ଜିଲ୍ଲାରେ ୨୬୩ ଜଣ ଶିକ୍ଷକ ସିଆରସିସି ପଦବୀ ପାଇଁ ପରୀକ୍ଷା ହୋଇଥିଲା । ହେଲେ ଦୀର୍ଘ ଦିନ ହେବ ନୂଆ ସିଆରସିସି ଭାବେ ଶିକ୍ଷକମାନଙ୍କୁ ଏଯାବତ ନିଯୁକ୍ତି ଦିଆଯାଉ ନାହିଁ । ପୁରାତନ ସିଆରସିସିମାନେ କାର୍ଯ୍ୟ ଜାରି ରଖିଛନ୍ତି । ଯାହାକୁ ନେଇ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଧାରଣତଃ ସିଆର୍ସିସିମାନେ ୫ବର୍ଷ ପାଇଁ ଏହି ପଦବୀରେ ରହିଥାନ୍ତି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ବିଶେଷ କରି ଶିକ୍ଷା ବିଭାଗର ବିଭିନ୍ନ ନୀତି ନିୟମ ଓ ନିଦେ୍ର୍ଦଶାବଳୀକୁ ଶିକ୍ଷକମାନଙ୍କ ପାଖରେ ପହଞ୍ଚାଇବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । କେନ୍ଦ୍ରାପଡା ଜିଲ୍ଲା ବିଶେଷକରି ରାଜନଗର ବ୍ଲକ୍ରେ ୧୮ଟି ସିଆର୍ସିସି ପଦବୀ ମଧ୍ୟରୁ ୯ଟି ପଦ ଖାଲି ରହିଛି । ଏନେଇ ଡିପିସି କାହିଁକି ନିଯୁକ୍ତି ନ ଦେଇ ସମୟ ଗଡାଉଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ବାବଦରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗଙ୍କୁ ପଚାରିବାରୁ ଆସନ୍ତା ୪ ଦିନ ଭିତରେ ସିଅର୍ସିସି ନିଯୁକ୍ତି ହୋଇଯିବ ବୋଲି କହିଛନ୍ତି । ଏ ସମ୍ପର୍କୀତ ଫାଇଲ୍ ଜିଲ୍ଲାପାଳଙ୍କ ଅନୁମୋଦ ପାଇଁ ପଠାଇଛୁ ।