‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ 

ରାଜକନିକା,: ରାଜକନିକା ବ୍ଲକ ଭାରିଗଦା ଗ୍ରାମ ପଞ୍ଚାୟତର ମକୁନ୍ଦପୁର ଠାରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମକୁନ୍ଦପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ବିଜେଡି ଯୁବନେତା ପ୍ରଫୁଲ୍ଲ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରିଗଦା ପଞ୍ଚାୟତର ମକୁନ୍ଦପୁର, ଦଶଭଗରିଆ ଓ ମନେଇଡିହ ଗାଁର ଏକାଧିକ ଲୋକ ସାମିଲ ହୋଇ ଘରେ ଘରେ ବୁଲି ଲୋକମାନଙ୍କୁ ବିଜେଡି ସରକାରର ବିକାଶ ମୂଳକ ଯୋଜନା ଗୁଡିକ ବିଷୟରେ ଅବଗତ କରାଇ ପୁଣି ଥରେ ବିଜେଡିକୁ ଭୋଟ ଦେବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ଅରୁଣ ନାୟକ, ବିକ୍ରମ ମହାନ୍ତି, ବିଦ୍ୟାଧର ମଲିକ, ଅର୍ଜୁନ ମଲିକ, ଉତ୍ତମ ସ୍ୱାଇଁ, ମିହିର ଦାସ, ପ୍ରତାପ ଜେନା, ପର୍ଶୁ ସାହୁ,କଳାକାର ଜେନା, ଅଶେଷ ମଲିକ,ରମେଶ ଧଳ, ନିତ୍ୟାନନ୍ଦ ପାତ୍ର, ସୁବାସ ସେନାପତି, ଶ୍ୟାମସୁନ୍ଦର ଜେନା, ସଂଯୁକ୍ତା ଶତପଥୀ, ହରିଶ ମହାପାତ୍ର ଓ ସୁବାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।