ପଞ୍ଚାୟତ ସମିତିର ୮ମ ଅଧିବେଶନ
ରାଜକନିକା : ରାଜକନିକା ପଞ୍ଚାୟତ ସମିତିର ୮ମ ସାଧାରଣ ଅଧିବେସନ ବିଡିଓ କୈଳାଶ ଚନ୍ଦ୍ର ମହାଳିକଙ୍କ ସଭାପତିତ୍ତ୍ୱରେ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସମୀକ୍ଷକ ସୁବ୍ରତ ସାମଲ ପୂର୍ବ ଅଧିବେଶନ ପାଠ କରିଥିବା ବେଳେ, ପେହେଲେ ଗାଓଁ ଠାରେ ମୃତୁ୍ୟ ବରଣ କରିଥିବା ବ୍ୟକ୍ତି ଓ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅଧିବେଶନରେ ସରକାରଙ୍କ ବିଭିନ୍ନ ଯୋଜନାକୁ କିପରି ସୂଚାରୁରୂପେ କରାଯାଇ ପାରିବ ସେ ସମ୍ପର୍କରେ ବିଡିଓ ଶ୍ରୀ ମହାଳିକ ଆଲୋଚନା କରିଥିଲେ । ଏହି ଅଧିବେଶନରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ତହସିଲଦାର ଭାନୁମତୀ ମାଝୀ, ସାଂସଦଙ୍କ ପ୍ରତିନିଧି ଶୁଭ୍ର ରଞ୍ଜନ ସାମଲ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତ୍ୟବ୍ୟ ରଖିଥିଲେ । ଶରତ ରାଉତ, ଦୁର୍ୟ୍ୟଧନ ମହାନ୍ତି, ଅରୁଣ ରାଉତ, ଲଷ୍ମୀପ୍ରିୟା ନାୟକ, ସ୍ୱର୍ଣ୍ଣଲତା ବେହୁରା, ତ୍ରିଲୋଚନ ବିଶ୍ୱାଳ, ଅମିତ ନାୟକ, ଅଞ୍ଜନା ସାହୁ, ଲିଲିଭା ମଲ୍ଲିକ, ପ୍ରକାଶ ସେନାପତି, ଧିରେନ ଜେନା ପ୍ରମୁଖ ବିଭିନ୍ନ ସମସ୍ୟା ଉପସ୍ଥାପନ କରି ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ । ମୃତୁଞ୍ଜୟ ବୁଦ୍ଧପଦ ଦାସ, ନଉଷଦ ଅଲି ଖାଁ, ଜୟନ୍ତ ବେହେରା ଅନିଲ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।