ନଦୀବନ୍ଧ ରାସ୍ତା ଶୋଚନୀୟ : ବର୍ଷା ପୂର୍ବରୁ ନିର୍ମାଣ ହେବ ତ?
ସିଂହପୁର : ଗମନା ଗମନ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖଚ୍ଚ କରି ରାସ୍ତା ନିର୍ମାଣ ଓ ସଂଯୋଗ କରଣ କରୁଛନ୍ତି । କିନ୍ତୁ ବିଞ୍ଝାରପୁର ବ୍ଲକ ଖରସ୍ରୋତା ନଦୀବନ୍ଧ ରାସ୍ତାର ଶୋଚନୀୟ ଅବସ୍ଥାରେ ରହିଛି । ଯାହା ଅଞ୍ଚଳ ବାସୀଙ୍କ ପାଇଁ ଦୁଃଖ ପାଲଟିଛି । ସୂଚନା ଅନୁସାରେ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ଛକ ନିକଟରୁ ଠାକୁରାଣୀପାଳ ପର୍ଯ୍ୟନ୍ତ ରାସ୍ତାରେ ଶତାଧିକ ଅଞ୍ଚଳବାସୀ ଯାତାୟତ କରିଥାନ୍ତି । କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲା ଯାତାୟତ ପାଇଁ ଏହି ରାସ୍ତା ପ୍ରମୂଖ ଭୂମିକା ରହିଛି । ଦୈନିକ ଏହି ରାସ୍ତା ଦେଇ ଶହ ଶହ ଗାଡି ମଟର ବସ ଆଦି ଯାତାୟତ କରିଥାଏ । ହେଲେ ରାସ୍ତା ଅବସ୍ଥା ନିର୍ଭରଶୀଳଙ୍କ ପାଇଁ ଯନ୍ତ୍ରଣାର କାରଣ ପାଲଟି ଥିବା ବେଳେ ରାସ୍ତା ଦେଇ ସମସ୍ତ ପ୍ରକାର ଯାନ ଯାତାୟାତ ଯୋଗୁଁ ସ୍ଥିତି ଆହୁରି ସଂଗୀନ ହୋଇପଡ଼ୁଛି । ବର୍ତମାନର ଏହି ରାସ୍ତା ଦେଇ ଚାରିଚକିଆ ଯାନ ବିପଦପୂର୍ଣ୍ଣ ଭାବରେ ଯାତାୟତ କରୁଥିବା ବେଳେ କୈାଣସି ସମୟରେ ଅଘଟଣ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଯଦି ଏହି ରାସ୍ତାର ବର୍ଷା ଦିନ ଆଗର ଉଚ୍ଚମାନର ନିର୍ମାଣ କରାନଯାଏ ତେବେ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ରୂପରେ ବାଧାପ୍ରାପ୍ତ ହେବାର ହେବ । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଟିକେବି ଚିନ୍ତା ନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଆଗକୁ ରାସ୍ତାରୋକ ହେବାର ସମ୍ଭାବନା ଏଡ଼ାଇ ଦିିଆଯାଇନପାରେ ।