ପାରମ୍ପରିକ ପୋଷାକ ପରିଧାନ ଦିବସ
ନବରଙ୍ଗପୁର: ରାଜ୍ୟ ସରକାରଙ୍କ ନଦେ୍ର୍ଦଶକ୍ରମେ ଏପ୍ରିଲ ୧ତାରିଖ ଠାରୁ ୧୪ପର୍ଯ୍ୟନ୍ତ "ଓଡିଆ ପକ୍ଷ’ ପାଳନ କରାଯାଉଛି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କୁ ପାରମ୍ପରିକ ପୋଷାକ ପରିଧାନ କରିବା ପାଇଁ ଜିଲ୍ଲାପାଳ ଡଃ ମହାପାତ୍ର ଅନୁରୋଧ କରିଥିଲେ । ଏବଂ ଆଗାମୀ ୧୩ ତାରିଖ ରବିବାର ଦିନ ଜିଲ୍ଲା କାର୍ଯ୍ୟାଳୟ ମଧ୍ୟରେ ଏକ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ବୈଠକ ଶେଷରେ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ ଏବଂ କର୍ମଚାରୀମାନେ ଫଟୋ ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ଚନ୍ଦ୍ର ବର୍ମନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ନବରଙ୍ଗପୁର, ବିରଞ୍ଚି ନାରାୟଣ ଦର୍ବାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ନବରଙ୍ଗପୁର ଯଦୁମଣି ନାୟକ, ପ୍ରକଳ୍ପ ପ୍ରଶାସକ, ସମ୍ବନୀତ ଅଧିବାସୀ ଉନ୍ନୟନ ସଂସ୍ଥା, ରାଜୀବ କୁମାର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ଶେଖର ପାତ୍ର,ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ଶ୍ରୀମତୀ ଦ୍ରୌପଦୀ କହଁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ମନୋଜ କୁମାର ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ, ଅଜୟ କୁମାର ମଲ୍ଲିକ, ଡେପୁଟି କଲେକ୍ଟର ମୀରା ନାୟକ, ଚଇନୁ ଗଣ୍ଡ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ଅଶ୍ୱିନୀ ମାଝୀ, ହେମନ୍ତ ସୌରା, ବିନାୟକ ଖଡଙ୍ଗା, ଶିବ ଶଙ୍କର ପାଢ଼ୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜରୁରୀ କାଳୀନ ବିଭାଗ, ହିମାଂଶୁ ଶେଖର ପଟ୍ଟନାୟକଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ପରିଚାଳନା କରିଥିଲେ ।