ଠିକାଦାର ଶ୍ରମିକଙ୍କୁ ୨୦% ବୋନସ୍ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଓଡିଶା ଖଣି ନିଗମର ଅନେକ ଲୌହ ଓ ମାଂଗାନିଜ ଖଣି ରହିଛି । ଏହି ଖଣିରୁ ବାର୍ଷିକ ଲକ୍ଷ ଲକ୍ଷ ଟନ୍ ଲୁହା ପଥର ଉତ୍ତୋଳନ କରାଯାଇ ଖଣି ନିଗମକୁ ହଜାର ହଜାର କୋଟି ଟଙ୍କାର ଲାଭ ମିଳିଥାଏ । ଖଣି ଉତ୍ତୋଳନରେ କାର୍ଯ୍ୟରତ ସମସ୍ତ ଶ୍ରମିକମାନେ ବିଭିନ୍ନ ଠିକାଦାର ଅଧିନରେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ଏହି ଠିକାଦାର ଶ୍ରମିକ ମାନଙ୍କୁ ଜୀବନ ସାରା ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ପାଇଥାନ୍ତି । ସେମାନଙ୍କ କେବେ କି ପ୍ପମୋସନ ହୁଏ ନାହିଁ କିମ୍ବା ଇନକ୍ରିମେଣ୍ଟ୍ ହୁଏ ନାହିଁ । ବେକାରୀ ସମସ୍ୟାର ସୁଯୋଗ ନେଇ ଏହି କର୍ମଚାରୀ ମାନଙ୍କୁ ଶୋଷଣ କରା ଯାଉଛି । ରହିବା ପାଇଁ ବାସଗୃହ, ମାଗଣାରେ ଚିକିସ୍ଚା ଇତ୍ୟାଦି ସର୍ବନିମ୍ନ ସୁବିଧା ମଧ୍ୟ ଏହି କର୍ମଚାରୀଙ୍କୁ ମିଳୁ ନାହିଁ । ଆମ ୟୁନିୟନ ତରଫରୁ ବାରମ୍ବାର ଦାବି କରିବା ସତ୍ତ୍ୱେ ମଧ୍ୟ ଖଣି ନିଗମ କର୍ତ୍ତପକ୍ଷ କର୍ଣ୍ୱପାତ କରୁ ନାହାନ୍ତି । ନିଗମର ଉତ୍ପାଦନ ଓ ଲାଭରେ ପ୍ରମୁଖ ଭୁମିକା ଗ୍ରହଣ କରୁଥିବା ଏହି ଶ୍ରମିକଙ୍କୁ ସର୍ବନିମ୍ନ ଶତକଡା ୮.୩୩ % ହାରରେ ବୋନସ୍ ଦିଆଯାଉଛି । ଖଣି ନିଗମର ବିଭାଗୀୟ କର୍ମଚାରି ମାନେ ଶତକଡା ୨୦% ହାରରେ ବୋନସ୍ ପାଇବା ସହ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗିଫ୍ଟ ଆକାରରେ ଦୁର୍ଗା ପୂଜା ସମୟରେ ପାଇଥାନ୍ତି । କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଘରୋଇ ଖଣି ଓ ସରକାରୀ ଖଣିର ଠିକାଦାର ଶ୍ରମିକ ମାନଙ୍କୁ ଶତକଡା ୨୦% ହାରରେ ବୋନସ ମିଳୁ ଥିବା ବେଳେ ନିଗମର ଗନ୍ଧମାର୍ଦ୍ଦନ ଖଣି, ଜିଲିଂ ଲଙ୍ଗାଲଟା ଖଣି, ଖଣ୍ଡବନ୍ଧ ଖଣି, ବାଂଶପାଣି ଖଣିର ଠିକାଦାର ଶ୍ରମିକ ଶତକଡା ୮.୩୩% ହାରରେ ବୋନସ୍ ଦିଆଯାଉଛି ।
ପ୍ରାୟ ଏକ ମାସ ପୂର୍ବରୁ ଶତକଡା ୨୦% ହାରରେ ବୋନସ୍ ପ୍ରଦାନ ନିମନ୍ତେ ଖଣିରେ କାର୍ଯ୍ୟରତ ଠିକାଦାର ସଂସ୍ଥା ତଥା କେସିସି ଲିଃ, ଡେକୋ ଲିଃ, ଗ୍ରୁପ୍ ଫର ସିକୁ୍ୟୟର ସଲୁ୍ୟସନ, କୁଇସ୍ କର୍ପୋରେସନ, ଏସ୍ଜିଏସ୍ ଓ କୋଟେକନା ଇଣ୍ଡିଆର ଅଧିକାରୀଙ୍କୁ ନୋଟିସ୍ ଦିଆଯାଇଥିଲା । ଗତ ସେପ୍ଟେମ୍ବର ୯ ତାରିଖରେ କେନ୍ଦୀୟ ଶ୍ରମ ପ୍ରବର୍ତ୍ତନ ଅଧିକାରୀ, ବଡବିଲଙ୍କ କାର୍ଯ୍ୟାଳୟରେ ଠିକାଦାରଙ୍କ ପ୍ରତିନିଧି ଓ ୟୁନିୟନ ପ୍ରତିନିଧି ଉପସ୍ଥିତିରେ ଆଲୋଚନା କରାଯାଇଥିଲେ ଓ ସେହି ଆଲୋଚନାରେ ଠିକାଦାର ପ୍ରତିନିଧି ମାନେ ଶତକଡା ୮.୩୩% ହାରରୁ ଅଧିକ ବୋନସ୍ ଦେବା ରୋକ୍ ଠୋକ୍ ମନା କରି ଦେଇଥିଲେ । ତେଣୁ ବାଧ୍ୟ ହୋଇ ଆମେ ସେପ୍ଟମ୍ବର ୧୫ ତାରିଖ ଠାରୁ ଖଣି ନିଗମର ଗନ୍ଧମାର୍ଦ୍ଦନ ଖଣି କାର୍ଯ୍ୟାଳୟ, ଜିଲିଂ ଖଣି କାର୍ଯ୍ୟାଳଁଯ, ଖଣ୍ଡବନ୍ଧ ଖଣି କାର୍ଯ୍ୟାଳୟ ଓ ବାଶପାଣି ଖଣି ରାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶାନ୍ତିପୁର୍ଣ୍ୱ ଧାରଣା ଚାଲୁ କରାଯାଇଛି । ୟୁନିୟନ ସାଧାଉଣ ସମ୍ପାଦକ ସାଥୀ ମହେଶ୍ୱର ରାଉତ, ଉପସାଧାରଣ ସମ୍ପାଦକ ସାଥି କପିଳ ମହାନ୍ତି, ଉପସଭାପତି କାହ୍ନୁ ଚରଣ ସାମଲ, ସମ୍ପାଦକ ବଦ୍ରୁ ଜାମା, ଉପସଭାପତି ଶ୍ରୀହରି ଘଣା, ହୃଦାନନ୍ଦ ପାତ୍ର, ବିରଂଚି ଦେହୁରୀ, ମାର୍କଣ୍ଡ ଦେହୁରୀ, ମିଟୁ ମହାନ୍ତ, ରାଜାରାମ ମୁଣ୍ଡା, ହୃଦାନନ୍ଦ ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ ।