ନନ୍ଦନକାନନରେ ଭଙ୍ଗାରୁଜା ମାମଲା : ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ  ଖୋବା


 ଭୁବନେଶ୍ୱର, ୪ା୫ : କୁଖ୍ୟାତ ଅପରାଧୀ ଦାରୁଠେଙ୍ଗର ସନ୍ତୋଷ ପାହାଡସିଂହ ଓରଫ ଖୋବାକୁ ଦୁଇ ଦିିନିଆ ରିମାଣ୍ଡରେ ନେବ ନନ୍ଦନକାନନ ଥାନା ପୁଲିସ । ଏନେଇ ଥାନା ଅଧିକାରୀ ସମିତା ମିଶ୍ର ସୂଚନା ଦେଇଛନ୍ତି  । ସେ କହିଛନ୍ତି ଯେ, ଖୋବାକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଆମେ କୋର୍ଟରେ ଆବେଦନ କରିଛୁ । କିନ୍ତୁ କୋର୍ଟ କେତେ ଦିନ ରିମାଣ୍ଡ ପାଇଁ ଅନୁମତି ଦେଉଛନ୍ତି ତାହା ଜଣାପଡିନାହିଁ । ଖୋବାକୁ ରିମାଣ୍ଡରେ ଆଣିବା ପରେ ଦୁଇ ଅଫିସରଙ୍କ ଗୁମର କଥା ଜଣାପଡିବ  । ଦୁଇ ଅଫିସରଙ୍କ ସଲାସୁତରାରେ ଦୀର୍ଘ ଦିନ ହେବ ନନ୍ଦନକାନନରେ ଚାଲିଥିଲା ଭୋଜି ଭାତ ସାଙ୍ଗକୁ ମଦ ପିଆର ଆସର  । ଏହି ଘଟଣା ଖାଲି ପୁଲିସ କହୁନାହିଁ, ନନ୍ଦନକାନନ ଭିତରେ କାର୍ଯ୍ୟରତ ଅନ୍ୟ ଅଫିସର ଓ କର୍ମଚାରୀମାନେ କହିବା ସହ ଏହାକୁ ନେଇ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି  । ଦୁଇ ଅଫିସରଙ୍କୁ ତୁରନ୍ତ ସସ୍‌ପେଣ୍ଡ କରିବାର ଆବଶ୍ୟକ ଥିବା ବେଳେ ଡିଏଫ୍‌ଓ କାହିଁକି ଚୁପ୍‌ ବସିଛନ୍ତି ତାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃ୍‌ଷ୍ଟି କରିଛି  । ଦୁଇ ଅଫିସରଙ୍କୁ କ’ଣ ବଞ୍ଚାଇବାକୁ ଡିଏଫ୍‌ଓ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି କି ? ଯଦି ନୁହେଁ, ତା ହେଲେ କାହିଁକି ସାମ୍ବାଦିକଙ୍କ ଫୋନକୁ ସେ ରିସିଭ କରୁନାହାନ୍ତି କି ଗଣମାଧ୍ୟମ ଆଗରେ କାହିଁକି ମୁହଁ ଖୋଲୁ ନାହାନ୍ତି ତାହା ଏବେ ତଦନ୍ତକୁ ଦିଗହରା କରୁନି କି? ଆଶ୍ଚର୍ଯ୍ୟର କଥାରେ ଦୁଇ ଅଫିସରଙ୍କୁ ଆକ୍ରମଣ କରିବା ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଡିଏଫଓ କାହିଁକି ଘଟଣାର ତଦନ୍ତ ନିଦେ୍ର୍ଦଶ ଦେଇନାହାନ୍ତି ।  ସୋମବାର ଦିନ ନନ୍ଦନକାନନ ଛୁଟି ରହିଥାଏ । ହେଲେ ଦୁଇ ଅପରାଧୀ ଚାରି ଚାରିଟା ଗେଟକୁ ଭେଦ କରି ଏସିଏଫଙ୍କ ଅଫିସକୁ ଗଲେ କିଭଳି । ଦୁଇ ଅପରାଧୀଙ୍କ ସହ ଏସିଏଫ୍‌ଙ୍କ ପୂର୍ବରୁ ଥିଲା ସଲାତୁତରା କି ? ଯଦି ସତ ହୋଇଥାଏ ତାହା ହେଲେ ସାଂଘାତିକ  । କୁଆଡେ ଶୁଣିବାକୁ ମିଳୁଛି ଠିକା କାମକୁ ନେଇ ଭାଗବଣ୍ଟା ଛିଡୁନଥିବାରୁ ଏହାକୁ ନେଇ ଅଫିସର ଓ ଅପରାଧୀଙ୍କ ମଧ୍ୟରେ ଲାଗି ରହିଥିଲା ତୁ ତୁ ମେଁ ମେଁ  । ଯାହାର ଫଳ ଦୁଇ ଅଫିସରଙ୍କୁ ଭେଗିବାକୁ ପଡିଛି  । ଏଭଳି ସମ୍ବେଦନଶୀଳ ଘଟଣାକୁ ଡିଏଫ୍‌ଓ ଗୁରୁତର ସହ ନେଇ ତଦନ୍ତ କରିବା କଥା । ହେଲେ ସେ କାହିଁକି ଚୁପ ବସିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି  । କେବେ ଦୁଇ ଅଫିସରଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାର କଥା । ନନ୍ଦନକାନନ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ବୁଧବାର ଦିନ ଗିରଫ କରିଥିଲା ।