ଶିକ୍ଷକ ଅଭିଭାବକ ବୈଠକ

 ଖଣ୍ଡପଡ଼ା  : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର  ନିଦେ୍ର୍ଦଶକ୍ରମେ ଖଣ୍ଡପଡ଼ା ମହିଳା  ମହାବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ  ବୈଠକ  ଅନୁଷ୍ଠିତ ହୋଇଯାଇଛି । +୨ ଅଧ୍ୟକ୍ଷା ସ୍ମିତା ଶେଫାଳି ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବୈଠକର ପ୍ରାରମ୍ଭରେ ଅଧ୍ୟାପିକା କୃଷ୍ଣପ୍ରିୟା ମହାନ୍ତି ବୈଠକ ଆୟୋଜନର ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ନିମନ୍ତେ ଉପଲବ୍ଧ ଆନୁସଙ୍ଗିକ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ  । ଛାତ୍ରୀମାନଙ୍କ ପ୍ରତି ଅଧ୍ୟାପିକା ଓ ଅଧ୍ୟାପକମାନଙ୍କର ଯେତିକି ଗୁରୁଦାୟିତ୍ୱ ରହିଛି ସେତିକି ଦାୟିତ୍ୱ ଅଭିଭାବକ ମାନଙ୍କର ରହିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଅନୁଷ୍ଠାନରେ ଗୁଣାତ୍ମକ ଶିକ୍ଷାଦାନ ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଇଥିବାରୁ ଛାତ୍ରୀମାନେ ପାଠପଢା ପ୍ରତି ଧ୍ୟାନ ଦେଇ ଉଜ୍ଜ୍ୱଳ ଭବିଷ୍ୟତ  ନିମନ୍ତେ ସୁଯୋଗର ସଦୁପଯୋଗ କରିବାକୁ ଅଧ୍ୟାପିକା ନିବେଦିତା ପଟ୍ଟନାୟକଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ମତ ରଖିଥିଲେ । ଛାତ୍ରୀଙ୍କ ଅଭିଭାବକମାନେ ଏ ଦିଗରେ ବିଶେଷ ଯନôବାନ ହେବାକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ । ଚଳିତ ଶିକ୍ଷାବର୍ଷର କାର୍ଯ୍ୟସୂଚୀ, ପରୀକ୍ଷା ସାରଣୀ ସମ୍ପର୍କରେ ଅଭିଭାବକମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ବିଶ୍ୱଭାରତୀ ମହାରଣା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ପରିଶେଷରେ ଅଭିଭାବକ, ଅଧ୍ୟାପିକା ଓ ଅଧ୍ୟାପକମାନେ ଅନୁଷ୍ଠାନ ପରିସରରେ କିଛି ଚାରାରୋପଣ କରିଥିଲେ ।