ନଳକୂଅ ଅଚଳ : ପାଣି ପାଇଁ ଲୋକେ ହନ୍ତସନ୍ତ
ରାଜନଗର : ରାଜନଗର ବ୍ଲକ ହାତିନା ପଞ୍ଚାୟତ ପ୍ରସନ୍ନପୁର ଗ୍ରାମର ବିଦ୍ୟାଳୟ ନିକଟରେ ଥିବା ନଳକୂଅ ଅଚଳ ହୋଇପଡିଛି । ଫଳରେ ପିଇବା ପାଣି ପାଇଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ନଳକୂଅ ଉପରେ ୩୦ରୁ ଉଦ୍ଧ୍ୱର୍ ପରିବାର ନିର୍ଭର କରିଥାନ୍ତି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଜଳସଙ୍କଟ ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି । ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀ ପ୍ରବୋଧ କୁମାର ନାୟକଙ୍କୁ ପଚାରିବାରୁ ନଳକୂଅ ଅଚଳ ହୋଇଥିବା ଖବର ପାଇନାହୁଁ । ଆସନ୍ତାକାଲି ନଳକୂଅ ସଜଡା ଯିବ ବୋଲି କହିଛନ୍ତି ।