ଅଗ୍ନି ବିପନ୍ନଙ୍କୁ ବିଜେପି ପକ୍ଷରୁ ସହାୟତା

କେନ୍ଦ୍ରାପଡା : କେନ୍ଦ୍ରାପଡା ତହସିଲ ଅଧିନ ଘିଗିଡିଆ ଇଟିପୁର ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଶ୍ରୀକାନ୍ତ ଓରଫ କୁନା ନାୟକ, ସୁନାକର ନାୟକ ଓ ପିତାମ୍ବର ନାୟକଙ୍କ ୮ ବଖରା ଘର ଓ ସେଥିରେ ଥିବା ଧାନ ଚାଉଳ, ଲୁଗାପଟା, ଆସବାବପତ୍ର ଓ ସୁନା ରୂପା, ଟଙ୍କା ପାଇସା ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଖବରପାଇ ଗତକାଲି ରାତିରେ ଆରଏସଏସ ର ସ୍ୱୟଂ ସେବକ ମାନେ ଘଟଣା ସ୍ଥଳରେ ପହଁଚି କମ୍ବଳ, ପାଲ ଓ ଲୁଙ୍ଗି, ଗାମୁଛା, ଶାଢୀ ଓ ଖାଦ୍ୟଦ୍ରବ୍ୟ ପ୍ରଭୃତି ବିପନ୍ନ ପରିବାରକୁ ବଣ୍ଟନ କରିଥିଲେ । ସେହିଭଳି ଆଜି ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଓ ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ ପ୍ରମୁଖ ପୀଡିତ ପରିବାରଙ୍କ ନିକଟରେ ପହଁଚି ପାଲ, ଖାଦ୍ୟ ସାମଗ୍ରୀ, ଲୁଗାପଟା ଓ ନଗତ ଅର୍ଥରାଶି ପ୍ରଦାନ କରିଥିବା ଜଣାପଡିଛି । ଏହି ସହାୟତା ବଣ୍ଟନରେ ଜଗବନ୍ଧୁ ପ୍ରଧାନ, ବିନୋଦ ଦାସ, ଦିପ୍ତିରଞ୍ଜନ ଜେନା ଓ ବଳରାମ ମଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।