ହିନ୍ଦୁ ନବବର୍ଷ ସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ରାପଡା : ରାଷ୍ଟ୍ରବାଦୀ ସାମାଜିକ ସଂଗଠନ "ଜୟ ରାଷ୍ଟ୍ର ଚାରିଟେବଲ୍ ଟ୍ରଷ୍ଟ' ପକ୍ଷରୁ "ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ' ପାଳନ ନିମନ୍ତେ ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ମାନେ କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ଗାଁ ରେ ପହଞ୍ଚô ହିନ୍ଦୁ ନବବର୍ଷ ପାଳନ ପାଇଁ ଲୋକମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଚୈତ୍ର ଶୁକ୍ଳ ପ୍ରତିପଦ ତିଥି, ମାର୍ଚ୍ଚ ୩୦ ତାରିଖ ଦିନ ପବିତ୍ର ହିନ୍ଦୁ ନବବର୍ଷ ପାଳନ କରିବା ସହିତ ଏହି ଦିନ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ଏବଂ ଶୁଭ କଳସ ସ୍ଥାପନ କରିବା ନେଇ ଲୋକମାନଙ୍କୁ ପ୍ରଚାରପତ୍ର ବଣ୍ଟନ ପୂର୍ବକ ସଚେତନ କରାଯାଇଥିଲା । ତେବେ ବିଭିନ୍ନ ହିନ୍ଦୁ ସଂଗଠନ ଓ ଧର୍ମାନୁଷ୍ଠାନ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ବ୍ୟାପକ ଭାବେ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ସଚେତନତା କାର୍ଯକ୍ରମରେ ରଶ୍ମି ରଞ୍ଜନ ସ୍ୱାଇଁ, ବିରେନ୍ଦ୍ର ଦାସ, ସୁଶାନ୍ତ ନାୟକ, ଜ୍ଞାନ ରଞ୍ଜନ ଦାସ, ହରେକୃଷ୍ଣ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ ତଳବାରଙ୍ଗ ସ୍ଥିତ ମା ମରିଚିଆଣିଙ୍କ ମନ୍ଦିରରେ ହିନ୍ଦୁ ନବବର୍ଷ ପାରମ୍ପରିକ ଭାବେ ପାଳନ କରାଯିବା ସହ ବିଶେଷ ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି ।