ନାଟୋ ମୁଖ୍ୟଙ୍କୁ ଭାରତର ସମାଲୋଚନା ‘ଦୋମୁହାଁ ନୀତି ନଆପଣାନ୍ତୁ ପାଶ୍ଚାତ୍ୟ ରାଷ୍ଟ୍ର’

ନୂଆଦିଲ୍ଲୀ : ଋଷରୁ ତୈଳ ଆମଦାନୀ କରୁଥିବା ରାଷ୍ଟ୍ରଗୁଡ଼ିକ ଉପରେ ଅଧିକ ଟିକସ ଲଗାଇବା ନେଇ ନାଟୋ ମୁଖ୍ୟ ମାର୍କ ରୁଟେ ଧମକ ଦେଇଥିବାବେଳେ ଭାରତ ଏହାର କଡ଼ା ସମାଲୋଚନା କରିଛି  । ପ୍ରଚଳିତ ବଜାର ଦୃଶ୍ୟପଟ୍ଟ ଓ ଜିଓପଲଟିକାଲ ସ୍ଥିତିକୁ ଦେଖି ଘରୋଇ ଚାହିଦାର ଆବଶ୍ୟକତା ପୂରଣ ପାଇଁ ପ୍ରତ୍ୟେକ ଦେଶର ଅଧିକାର ରହିଛି  । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦୋମୁହାଁ ନୀତି ନଆପଣାଇବାକୁ ଭାରତ ଚେତାବନୀ ଦେଇଛି  ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୈସ୍ୱାଲ କହିଛନ୍ତିଯେ, ଶକ୍ତି ସୁରକ୍ଷା ଉପରେ ଭାରତ ଗୁରୁତ୍ୱାରୋପ କରୁଛି  । ଦେଶର ଚାହିଦା ଅନୁସାରେ ଭାରତ ତା’ର ରଣନୀତି କରୁଛି  । ବଜାରରେ କେଉଁଠି ତେଲ ଓ ଗ୍ୟାସ ଉପଲବ୍ଧ ରହୁଛି ତଦନୁଯାୟୀ ଭାରତ ପଦକ୍ଷେପ ନେଉଛି  । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ବି ଚେତାବନୀ ଦେଇଥିଲେ  । ଋଷରୁ ତେଲ କିଣୁଥିବା ରାଷ୍ଟ୍ର ଉପରେ ଅତିରିକ୍ତ ୧୦୦% ଟିକସ ଲାଗୁ ହେବ  । ସେହିପରି ନାଟୋ ମହାସଚିବ ମାର୍କ ରୁଟେ ଗତ ବୁଧବାର ଭାରତ, ଚାଇନା ଓ ବ୍ରାଜିଲଙ୍କୁ ଚେତାବନୀ ବି ଦେଇଥିଲେ  ।