ଅଧ୍ୟାପକଙ୍କୁ ଜାତିଆଣ ଆକ୍ଷେପ, ତଦନ୍ତ ନିଦେ୍ର୍ଦଶ : ଅଧ୍ୟକ୍ଷଙ୍କୁ ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ
ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବିଜ୍ଞାନ (ସ୍ୱୟଂଶାସିତ) ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନର ଜଣେ ଅଧ୍ୟାପକଙ୍କୁ ସେହି ବିଭାଗର ମୁଖ୍ୟ ଜାତିଆଣ ମନ୍ତବ୍ୟ ସହ ନାନା ଧମକ ଦେଇଥିବା ଅଭିଯୋଗ ହୋଇଛି । ଘଟଣା ନେଇ ସହଯୋଗୀ ଅଧ୍ୟାପକ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲିଖିତ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଚ୍ଚଶିକ୍ଷା ବିଭାଗ ଓ ହିଞ୍ଜିଳି ଥାନାକୁ ରିପୋର୍ଟ ପ୍ରଦାନ କରିବାକୁ ନିଦେ୍ର୍ଦଶ ରହିଛି । ଏ ନେଇ ଉଚ୍ଚଶିକ୍ଷା ବିଭାଗ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିଦେ୍ର୍ଦଶପତ୍ର ଜାରି କରିଛି ।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟରତ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଜିତୁ ମୁଠାମାଝିଙ୍କୁ ଗତ ମେ ୩ରେ ବିଭାଗୀୟ ମୁଖ୍ୟ ଆପତ୍ତିଜନକ ଜାତିଆଣ ମନ୍ତବ୍ୟ ସହ ବିଭିନ୍ନ ଧମକ ଦେଇଥିଲେ । ଘଟଣା ନେଇ ଗତ ମଇ ମାସ ୯ରେ ମହାବିଦ୍ୟାଳୟ ପରିଚାଳନା କମିଟି, ଜିଏ ବିଭାଗୀୟ ମୁଖ୍ୟ ସଚିବ, ଉଚ୍ଚ ଶିକ୍ଷା ବିଭାଗ ନିଦେ୍ର୍ଦଶକ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ । ମହାବିଦ୍ୟାଳୟ ପରିଚାଳନା କମିଟି ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ସେହି ମାସ ୩୧ରେ ଅଧ୍ୟକ୍ଷ ଅରୁଣ ଖାଡଙ୍ଗା ଚାକିରିରୁ ଅବସର ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଜୁନ ୧ରେ ଅଧ୍ୟକ୍ଷ ଭାବେ ବସନ୍ତ ଆଚାରୀ ଦାୟିତ୍ୱ ନେଇଥିବା ବେଳେ ଅଧ୍ୟାପକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ନଥିଲେ । ଏହାସହ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ଏବଂ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ନେଇ ଅଧ୍ୟାପକ ମୁଠାମାଝି ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ପରେ ସିଏମ୍ଓ ପକ୍ଷରୁ ହିଞ୍ଜିଳି ଥାନାକୁ ରିପୋର୍ଟ ପ୍ରଦାନ ନିଦେ୍ର୍ଦଶ ଆସିଥିଲା । ଯାହାକୁ ଭିତ୍ତି କରି ବୁଧବାର ଆସିକା ପୁଲିସ କଲେଜରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି । ଅଧ୍ୟକ୍ଷ ବସନ୍ତ କୁମାର ଆଚାରୀ କହିଛନ୍ତି ଅଭିଯୋଗକୁ ନେଇ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଛି । ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରଦାନ କରାଯିବ ।