ନାବାଳକ ଉଦ୍ଧାର
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ରେଲୱେ ଷ୍ଟେସନରୁ ବିହାର ରାଜ୍ୟର ଜଣେ ନାବଳକ ଉଦ୍ଧାର ହୋଇଛି । ବର୍ତ୍ତମାନ ସଂପୃକ୍ତ ନାବଳକକୁ ଖଡ଼ିଆଳ ସ୍ଥିତ ଗଡ୍ରାମୁଣ୍ଡା ନବପ୍ରଭାତ ଓପନ ସେଣ୍ଟରରେ ରଖାଯାଇଛି । ପ୍ରକାଶ ଯେ,କିଛିବର୍ଷ ତଳେ ବିହାର ରାଜ୍ୟ ମହାବେନି ଜିଲ୍ଲା ଜୟନଗର ଥାନା ବେହେରାପ୍ରସା ଗାଁର ମହମ୍ମଦ ଅନସୁରୁଲ ଓ ଅନିଶାଙ୍କ ନାବାଳକ ପୁଅ ମହମ୍ମଦ ରିହାନଙ୍କୁ ତାଙ୍କ ସଉତୁଣି ମା ଗୁଜୁରାଟ ରାଜ୍ୟ ସୁରଟକୁ କାମ କରିବା ପାଇଁ ନେଇ ଯାଇଥିଲେ । ସେଠାରେ ଏକ କମ୍ପାନିରେ କାମ କରୁଥିବା ବେଳେ ଶ୍ରମିକ ଦଲାଲ ଜଣକ ନାବାଳକଙ୍କୁ ମାଡ଼ପିଟ କରିବା ସହ ଟଙ୍କା ନଦେଇ ଏକ ଟ୍ରେନରେ ଜୋରଜବରଦସ୍ତ ବସାଇ ଦେଇଥିଲେ । ଗତକାଲି ଖରିଆରରୋଡ଼ ରେଲୱେ ଷ୍ଟେସନରେ ନାବାଳକ ଓହ୍ଲାଇ ପଡିଥିଲେ । ରେଲୱେ ପୁଲିସ ଉକ୍ତ ନାବାଳକକୁ ଦେଖି ସନେ୍ଦହ ହେବାରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଜଣାଇଥିଲେ । ଚାଇଲ୍ଡ ହେଲ୍ପ ଲାଇନ କର୍ମକର୍ତ୍ତା ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଥିଲେ । ଆରପିଏଫରୁ ଷ୍ଟେସନ ମାଷ୍ଟର ରମାକାନ୍ତ ପ୍ରଧାନ, ମୁଖ୍ୟ କନେଷ୍ଟବଲ ସୁଦର୍ଶନ ତାଣ୍ଡି ପ୍ରମୁଖ ଚାଇଲ୍ଡ ହେଲ୍ପ ଲାଇନକୁ ହସ୍ତାନ୍ତର କରିଥିଲେ । ଗତକାଲି ରାତିରେ ଶିଶୁ ମଙ୍ଗଳ କମିଟିଙ୍କ ଅନୁରୋଧ କ୍ରମେ ନୂଆପଡ଼ାସ୍ଥିତ ପଡ଼ାସ୍ଥିତ ପରଦା ସେଚ୍ଛାସେବୀ ଅନୁଷ୍ଠାନରେ ନାବାଳକଙ୍କୁ ରଖା ଯାଇଥିଲା । ଆଜି ଶିଶୁ ମଙ୍ଗଳ କମିଟିଙ୍କ ନିଦେ୍ର୍ଦଶକ୍ରମେ ଖଡ଼ିଆଳ ଗଡ୍ରମୁଣ୍ଡା ନବପ୍ରଭାତ ଓପନ ସେଣ୍ଟରରେ ନାବାଳକକୁ ରଖାଯାଇଛି ।