ନାମ ଭୁଲ ପାଇଁ ଯୁବକଙ୍କୁ ମିଳୁନି ବୀମାଟଙ୍କା 

 ନାମ ଭୁଲପାଇଁ ବୀମାଟଙ୍କା ପାଇବାରୁ ବଞ୍ଚିତ ହେଲେ ହିନ୍ଦୋଳ କାଠଖୁମ୍ପାର ଜନୈକ ଯୁବକ  । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ ଅନ୍ତର୍ଗତ ରାସୋଳ ଥାନା କାଠଖୁମ୍ପା ଗ୍ରାମର ବିଶ୍ୱମ୍ବର ବିଶ୍ୱାଳଙ୍କ ପୁଅ ଅକ୍ଷୟ ବିଶ୍ୱାଳ (୫୧)  । ଆଜକୁ ୧୮ ବର୍ଷ ତଳେ ଏଲଆଇସି ନମ୍ବର ୫୮୮୧୫୪୫୬୭ ପଲିସି କରିଥିଲେ । ମାତ୍ର ଆଧାର (୮୫୨୮୩୩୫୮୨୪୫୨)ରେ ନାମ ଅକ୍ଷୟ ବିଶ୍ୱାଳ ବଦଳରେ ଡାକନାମ ଧରଣୀଧର ବିଶ୍ୱାଳ ପଲିସିରେ ରହିଯିବାରୁ ସେଥିପାଇଁ ଅକ୍ଷୟ ଏକ କୋର୍ଟ ଆଫିଡେଭିଟି ନମ୍ବର ୧୫୫୬/୧୯ା୫ା୨୦୨୫ ମଧ୍ୟ କରିଥିଲେ କି ତାଙ୍କ ନାମ ସବୁକ୍ଷେତ୍ରରେ ସବୁ କାଗଜାତ ପଲିସି ସହ ଧରଣୀଧର ବିଶ୍ୱାଳ ବଦଳରେ ଅକ୍ଷୟ ବିଶ୍ୱାଳ ବୋଲି ଜଣାଯିବ । ତେବେ ନାମ ଭୁଲ ଥିବାରୁ ସେ ବୀମା ଟଙ୍କା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଅକ୍ଷୟ କିଭଳି ନିଜ ବୀମା ଟଙ୍କା ପାଇପାରିବେ ସେଥିପାଇଁ କର୍ତ୍ତୃୃପକ୍ଷ ପଦକ୍ଷେପ ନେବାପାଇଁ ପରିବାର ବର୍ଗ ଦାବି କରିଛନ୍ତି  ।