ଏନଟିପିସି ଥର୍ମାଲକୁ ସୁରକ୍ଷା ପୁରସ୍କାର

 ତାଳଚେର: ଏନଟିପିସି ତାଳଚେର ଥର୍ମାଲକୁ ୨୦୨୪ର ସମ୍ମାନଜନକ ପ୍ଲାଟିନମ୍ ପୁରସ୍କାର ବୃତ୍ତିଗତ ସ୍ୱାର୍ଥ ଓ ସୁରକ୍ଷା ପାଇଁ ପ୍ରଦାନ କରାଯାଇଛି  । ଏହା ଆପେକ୍ସ ଭାରତୀୟ ସଂସ୍ଥାନ ଦ୍ୱାରା ପ୍ରଦାନ କରାଯାଇଥାଏ  । ନବମ ଆପେକ୍ସ ପୁରସ୍କାର ପ୍ରଦାନ ଉସôବ ସମ୍ପ୍ରତି ଗୋଆ ଠାରେ ଅବସର ପ୍ରାପ୍ତ ମେଜର ଜେନେରାଲ ପିକେ ସାଇଗଲ ପ୍ରଦାନ କରିଥିଲେ । ଏହି ଉସôବରେ ଅବିନାଶ ସିଂହ, ଅବସର ପ୍ରାପ୍ତ ଡାଇରେକ୍ଟର ଜେନେରାଲ ଉପସ୍ଥିତ ଥିଲେ । ଏନଟିପିସି ତାଳଚେର ଥର୍ମାଲ ସୁରକ୍ଷା ବିଭାଗର ଡିଜିଏମ ରାଜେନ୍ଦ୍ର ର୍ସିଂହ ରାୱତ ଏହି ପୁରସ୍କାର ଗ୍ରହଣ କରିଥିଲେ  । ତାଳଚେର ଥର୍ମାଲର ପ୍ରକଳ୍ପ ମୁଖ୍ୟ ବିଜୟ ଚାନ୍ଦଙ୍କ ସୁରକ୍ଷା ସମ୍ପର୍କିତ ପ୍ରତିବଦ୍ଧତା ଓ ପରାମର୍ଶ ଏହି ପ୍ରକଳ୍ପରେ କାମ କରୁଥିବା କର୍ମଚାରୀ, ଅଫିସର୍ ଓ କମ୍ପାନୀ କର୍ମଚାରୀମାନଙ୍କୁ ଉସôାହିତ କରିଥିଲା । ଶ୍ରୀ ଚାନ୍ଦଙ୍କ ମତରେ ସୁରକ୍ଷା ଆମ ସମସ୍ତଙ୍କ ପ୍ରଥମ ଲକ୍ଷ୍ୟ ହେବା ଉଚିତ ଓ ଏହା ସମସ୍ତ ବାଧାବିଘ୍ନକୁ ଦୂରେଇ ଦେବାରେ ସହାୟକ ହେବ ବୋଲି ପରାମର୍ଶ ଦେଇଥିଲେ । ଏନଟିପିସି ତାଳଚେର ର୍ଥମାଲ ଏହି ଅବସରରେ ସମସ୍ତ କର୍ମଚାରୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲା । ଏହି ପୁରସ୍କାର ତାଳଚେର ର୍ଥମାଲ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଓ ବୃତିଗତ ସ୍ୱାର୍ଥ ଉପରେ ଦୃଷ୍ଟି ନିବଦ୍ଧର ନିଛକ ପ୍ରତିଫଳନ ଅଟେ ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ବିଭାଗୀୟ ସୂତ୍ରରୁ ପ୍ରକାଶ କରାଯାଇଥିଲା  ।